June 14, 2026

ଉମରକୋଟ ରେ ଭାଲୁ ଆକ୍ରମଣରେ ଜଣେ ଆହତ……….

IMG-20250823-WA0032
Share

 

 

ଉମରକୋଟ(ଏମ୍.ଦୀନା°ଶୁ ଆଚାରୀ):- ଭାଲୁ ଆକ୍ରମଣରେ ଜଣେ ଯୁବକ ଆହତ ହୋଇଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଧୀନରେ। ଆହତ ଯୁବକ ଜଣକ ହେଲେ ଉମରକୋଟ ବ୍ଲକ ହିରାପୁର ପଞ୍ଚାୟତ ନାଗଝରି ଗ୍ରାମର ଯୁଜେଷ୍ଟି ସାନ୍ତା (୨୩)। ମିଳିଥିବା ସୂଚନା ଅନୁସାରେ ଯୁଜେଷ୍ଟି ଆଜି ସକାଳେ ମକା ବାଡ଼କୁ ଯାଉଥିଲେ। ଏହି ସମୟରେ ଏକ ମାଇ ଭାଲୁ ତାହାର ଦୁଇଟି ଛୁଆ କୁ ଧରି ମକା ବାଡ ଭିତରୁ ବାହାରି ଥିଲା।ଭାଲୁ ଓ ଯୁଜେଷ୍ଟି ମୁହାଁମୁହିଁ ହୋଇଯାଇଥିଲେ।ଭାଲୁକୁ ଦେଖି ଯୁଜେଷ୍ଟି କୈାଣସି ଉପାୟ ନପାଇ ସେହି ଠାରେ ହି ଶୋଇପଡିଥିଲା। କିନ୍ତୁ ଭାଲୁ ଯୁଜେଷ୍ଟିକୁ ଛାଡି ନଥିଲା।କାଳେ ନିଜ ଛୁଆ ଗୁଡିକର କିଛି କ୍ଷତି ହେବ ଭାବି ଯୁଜେଷ୍ଟି କୁ ଆକ୍ରମଣ କରିଥିଲା।ଭାଲୁ ଯୁଜେଷ୍ଟି ର ମୁଣ୍ଡ ଓ ଗୋଡରେ ରାମ୍ପୁଡି ଦେଇ ମକା ବାଡ ଭିତରକୁ ଚାଲି ଯାଇଥିଲା।ଯୁଜେଷ୍ଟି ଭାଲୁ ଯିବାର କିଛି ସମୟ ପରେ ସେଠାରୁ ଉଠି ଘରକୁ ଫେରିଆସି ଘଟଣା ସଂପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ଏକ ଗାଡ଼ି ଯୋଗେ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ପ୍ରାଥମିକ ଚିକିତ୍ସା ପରେ ଯୁଜେଷ୍ଟି ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ ଥିବା ମେଡିକାଲ କର୍ତ୍ତୃପକ୍ଷ ଜଣାଇଛନ୍ତି। ଉପସ୍ଥିତ ବୁଦ୍ଧି ଯୋଗୁଁ ଯୁଜେଷ୍ଟି ଏକ ବଡ ବିପଦରୁ ରକ୍ଷା ପାଇଗଲେ।

You may have missed