April 30, 2026

ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ସାପ କାମୁଡାରେ ଜଣେ ମୃତ………..

IMG-20250823-WA0033
Share

 

ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚାରୀ) ସାପ କାମୁଡାରେ ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଧୀନରେ।ମୃତ ଜଣକ ହେଲେ ଉମରକୋଟ ବ୍ଲକ ଅନ୍ତର୍ଗତ ଖାଣ୍ଡା ପଞ୍ଚାୟତ ସେମଳି ଗଦରା ଗ୍ରାମର କମ୍ବୁ ସାନ୍ତା(୭)। ମିଳିଥିବା ସୂଚନା ଅନୁସାରେ କମ୍ବୁ ଗତକାଲି ଅପରାହ୍ନରେ ମକା ବାଡ଼ରେ ସାର ଦେଇ ଘରକୁ ଫେରୁଥିଲେ। ଏହି ସମୟରେ ଏକ ବିଷଧର ସାପ କମ୍ବୁ ଙ୍କ ବାମ ଗୋଡ଼ ଆଣ୍ଠୁରେ କାମୁଡ଼ି ଦେଇଥିଲା। ସାପ କାମୁଡିବାର କିଛି ସମୟପରେ କମ୍ବୁ ମୃତ୍ୟୁ ବରଣ କରିଥିଲେ। ଏନେଇ ପରିବାର ଲୋକଙ୍କ ପକ୍ଷରୁ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ଗତକାଲି ସନ୍ଧ୍ୟା ହୋଇଯିବାରୁ ଶବ ବ୍ୟବଚ୍ଛେଦ ହୋଇ ପାରିନାହିଁ। ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି। ତଦନ୍ତ ଭାର ଏସଆଇ ସୈମେନ୍ଦ୍ର ସେଠ ସମ୍ଭାଳିଛନ୍ତି।ସୂଚନା ଥାଉକି କମ୍ବୁ ଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି।