November 25, 2024

ଖତ ଗଦା ପାଲଟିଛି ସାତ ଲକ୍ଷ୍ୟ ଟଙ୍କାର ପରିତ୍ୟକ୍ତ ବରାଙ୍ଗ ଛକ ମାର୍କେଟ କମ୍ପ୍ଲେକ୍ସ

Share

ଖତ ଗଦା ପାଲଟିଛି ସାତ ଲକ୍ଷ୍ୟ
ଟଙ୍କାର ପରିତ୍ୟକ୍ତ ବରାଙ୍ଗ ଛକ ମାର୍କେଟ କମ୍ପ୍ଲେକ୍ସ

ହାଟଡିହି,୨୩/୮: ହାଟଡିହି ବ୍ଳକ ସମଣା ପଞ୍ଚାୟତର ବରାଙ୍ଗଛକରେ ଥିବା ମାର୍କେଟ କମ୍ପ୍ଲେକ୍ସ ଘରଟି ଦୀର୍ଘଦିନ ହେବ ମରାମତି ସରିଥିଲେ ବି ତାହା ଏବେ ପରିତ୍ୟକ୍ତ ହୋଇ ପଡିଛି। ଏହି ମାର୍କେଟ କମ୍ପ୍ଲେକ୍ସ ଘର ଦୀର୍ଘବର୍ଷ ପୂର୍ବେ ବ୍ଳକ ପକ୍ଷରୁ ନିର୍ମାଣ ହୋଇଥିବାବେଳେ କାମର ବିଲ୍ ପେମେଣ୍ଟକୁ ନେଇ ବିବାଦ ଦେଖା ଦେବା ସହିତ ଠିକାଦାର ଘରକୁ ତାଙ୍କ ପ୍ରାପ୍ୟ ନପାଇବାରୁ ହସ୍ତାନ୍ତର କରିନଥିଲେ। କିଛି ଲୋକ ଏହି ମାର୍କେଟ କମ୍ପ୍ଲେକ୍ସ ଘରେ ଚୋରା ମଦବ୍ୟବସାୟ ଚଳାଇଥିଲେ। ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା। କିନ୍ତୁ ବର୍ତ୍ତମାନର ସରପଞ୍ଚ ଜଗବନ୍ଧୁ କାଣ୍ଡି ନିର୍ବାଚିତ ହୋଇ ଆସିବା ପରେ ତାଙ୍କ ଉଦ୍ୟମରେ ୨୦୨୧/୨୨ ଆର୍ଥିକ ବର୍ଷରେ ୫ଲକ୍ଷ ଓ ୨୦୨୨/୨୩ରେ ୨ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇ ଏହାକୁ ମରାମତି କରାଯାଇଥିଲା। କାମ ସରିବାର ବର୍ଷେ ବିତି ଯାଇଥିବାବେଳେ ଗତ ୪ମାସ ତଳେ ମାନ୍ୟବର ବିଧାୟକ ମଧ୍ଯ ଏହାକୁ ଉଦ୍‌ଘାଟନ କରିଥିଲେ। କିନ୍ତୁ ଏବେ ଏହି ଘର ଗୁଡିକ ବୁଲା ଗୋରୁ ଗାଈଙ୍କ ଆଶ୍ରୟସ୍ଥଳ ପାଲଟିଛି।
ଘର ଗୁଡିକୁ ଭଡାରେ ନେଇ ବାଣିଜ୍ୟ ବ୍ୟବସାୟ କରିବାକୁ ଅନେକ ବେକାର ଯୁବକ ଯୁବତୀ ଚାହିଁ ବସିଥିବାବେଳେ ସରପଞ୍ଚ ଏହାକୁ ଭଡା ଦେଉ ନଥିବା ଜଳଧର ନାୟକ, କିର୍ଜନ ବାରିକ, ହରିହର ଜେନା, ମୁକ୍ତେଶ୍ଵର ସା, ଗୋବରା ସେଠୀ ପ୍ରମୁଖ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସରପଞ୍ଚଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ଭଡା ଲୋକ ମିଳୁ ନାହାନ୍ତି ଆମେ କ’ଣ କରିବୁ। ଗ୍ରାମାଞ୍ଚଳରେ ଥିବା ଏହି ଘର ପାଇଁ ଅତ୍ୟଧ‌ିକ ସିକ୍ୟୁରିଟି ଅର୍ଥ ଓ ଭଡା ଦାବି କରୁଥିବାରୁ ସାଧାରଣ ଲୋକମାନେ ଏହାକୁ ନେବାକୁ ସାହାସ କରିପାରୁ ନାହୁଁ ବୋଲି କହିଛନ୍ତି।
ସୋମେଶ ପରିଡ଼ା ଙ୍କ ରିପୋର୍ଟ୍ ହାଟଡିହି ରୁ