July 24, 2026

କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ 

IMG-20260723-WA0086
Share

ବୁଗୁଡା : ତା ୨୩/୦୭/୨୬ : ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଏବଂ ନିଟ୍ ପରୀକ୍ଷା ପେପର ଲିକ୍ ଯୋଗୁଁ ମୃତ ଛାତ୍ରଛାତ୍ରୀଙ୍କୁ କ୍ଷତିପୂରଣ ଦାବିରେ ବୁଗୁଡାରେ କଂଗ୍ରେସ ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା ଏବଂ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରୁ କଂଗ୍ରେସ କର୍ମକର୍ତ୍ତା ଓ କର୍ମୀମାନେ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ହାଇସ୍କୁଲ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏ ଅବସରରେ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ବୁଗୁଡା ବ୍ଲକ କଂଗ୍ରେସ ସଭାପତି ଜାନକୀ ବଲ୍ଲଭ ରାଉତଙ୍କ ନେତୃତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ନଗର ସଭାପତି ସୁବ୍ରତ କୁମାର ପଟ୍ଟନାୟକ, ପିସିସି ସଦସ୍ୟ ସୁଜିତ କୁମାର ସ୍ବାଇଁ, ମାନସ ରଞ୍ଜନ ଦାଶ, ସିମାଞ୍ଚଳ ଖଟେଇ, ପୋଲସରା ବ୍ଲକ କଂଗ୍ରେସ ସଭାପତି ପ୍ରଫୁଲ୍ଲ କୁମାର ଜେନାଙ୍କ ସମେତ ଆସ୍କା, ଭଞ୍ଜନଗର, ଜଗନ୍ନାଥପ୍ରସାଦ ଓ ବୁଗୁଡ଼ାର କେତେକ କଂଗ୍ରେସ କର୍ମୀ ସାମିଲ ରହିଥିଲା ବେଳେ ସ୍ଥାନୀୟ ପୋଲିସ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ନିୟୋଜିତ ରହିଥିଲେ।

You may have missed