July 24, 2026

ବୁଗୁଡ଼ା ବଡଦାଣ୍ଡରେ ଶ୍ରୀ ଜଗନ୍ନାଥ ଭଜନ ସମାରୋହ 

IMG-20260723-WA0090
Share

 

ବୁଗୁଡା : ତା ୨୩/୦୭/୨୬ : ସ୍ଥାନୀୟ ବଡଦାଣ୍ଡସ୍ଥିତ ମାଉସୀ ମା ମନ୍ଦିର ସମ୍ମୁଖରେ ଗତ ଗୁଣ୍ଡିଚା ଯାତ୍ରା ଦିନଠାରୁ ଶ୍ରୀ ଜଗନ୍ନାଥ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଛି । ଉକ୍ତ କାର୍ଯ୍ୟକ୍ରମକୁ ବିରଞ୍ଚି ନାରାୟଣ ମନ୍ଦିର ମଠାଧୀଶ ଭକ୍ତରାମ ଦାସ ଉଦଘାଟନ କରିଥିବା ବେଳେ ଅତିଥି ଭାବେ ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ, ସ୍ବାକ୍ତ ଅଧ୍ଯକ୍ଷ ଚିତ୍ତରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି କଣ୍ଠଶିଳ୍ପୀଙ୍କୁ ଉତ୍ସାହିତ କରିଥିଲେ। ଏହି ଅଷ୍ଟଦିବସୀୟ କାର୍ଯ୍ୟକ୍ରମ ଅବସରରେ ହରିହର ସ୍ବାଇଁଙ୍କ ସଂଯୋଜନାରେ ସ୍ଥାନୀୟ କଣ୍ଠଶିଳ୍ପୀ ନିତ୍ୟାନନ୍ଦ ସାହୁ, କେଦାର ନାୟକ, ଗୌରୀ ସାହୁ, ମୃତ୍ୟୁଞ୍ଜୟ ହୋତା, କେଦାର ବେହେରା, ସଂଧ୍ୟାରାଣୀ ସାହୁ, ସୁରେନ୍ଦ୍ର ପାଣି, ଝରଣା ବିଷୋୟୀ, ଜୀବନ ସଂଗ୍ରାମ ହୋତା, କାହ୍ନୁ ବେହେରା, ସଞ୍ଜୟ ଷଡଙ୍ଗୀ, ମାନସ ରଞ୍ଜନ ହୋତା ଭଜନ ପରିବେଷଣ କରିଥିଲା ବେଳେ ଅନିଲ, ପଦ୍ମ, କୃଷ୍ଣ, ସୁରେନ୍ଦ୍ର, ବାବୁଲା ଓ ଦିପକ ପ୍ରମୁଖ ବାଦ୍ଯଯନ୍ତ୍ର ପରିଚାଳନା କରିଥିଲେ । ଦୈନିକ ସନ୍ଧ୍ୟାରେ ବହୁ ସଂଖ୍ୟକ ଶ୍ରୋତାଙ୍କ ସମାବେଶ ଘଟୁଥିବା ଦେଖିବାକୁ ମିଳିଛି।

You may have missed