June 20, 2026

ଚନ୍ଦନପୁର ଗ୍ରାମପଞ୍ଚାୟତର ଉନ୍ନତି ମୂଳକ କାର୍ଯ୍ୟପାଇଁ ବୈଠକ ଅନୁଷ୍ଠିତ ..

IMG-20250723-WA0014
Share

 

ପୁରୀ ସଦର ଅନ୍ତର୍ଗତ ଚନ୍ଦନପୁର ଗ୍ରାମପଞ୍ଚାୟତର ଉନ୍ନତି ମୂଳକ କାର୍ଯ୍ୟପାଇଁ ପୁରୀ ସଦର ବ୍ଲକ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ପୁରୀ ସଦର ବିଧାୟକ ସୁନୀଲ ମହାନ୍ତି, ସଦର ବ୍ଲକ ଅଧକ୍ଷ ଦିବାକର ପାତ୍ରଙ୍କ ସହିତ ସମସ୍ତ ଜନପ୍ରତିନିଧି ଏବଂ ସ୍ଥାନୀୟ ମୁରବି ମାନଙ୍କୁ ନେଇ ପଞ୍ଚାୟତର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ସହ ଏହି ବୈଠକ କରାଯାଇଥିଲା। ଉକ୍ତ ବୈଠକରେ ବିଧାୟକ ବ୍ଲକ ଅଧକ୍ଷଙ୍କ ସହିତ ଦଳର ସଦର ସଭାପତି, ଜ଼ିଲ୍ଲା ଛାତ୍ର ସଭାପତି, ସ୍ଥାନୀୟ ପ୍ରତିନିଧି ଓ ଜନସାଧାରଣ ମାନେ ଉପସ୍ଥିତ ଥିଲେ।

 

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ