ଜିଲ୍ଲା ଟ୍ରକ୍ ମାଲିକ ସଂଘର ବଡ଼ ନିଷ୍ପତ୍ତି ୪୦ ବର୍ଷର ହିସାବ ଦେଉନଥିବା ରୁ ପୂର୍ବତନ ସଭାପତି ଙ୍କ ସମେତ ପୁର ଟିମ୍ ନାମରେ ଥାନାରେ ଏତଲା ଦାଏର।

ରାୟଗଡ ଜିଲ୍ଲା ଟ୍ରକ୍ ମାଲିକ ସଂଘର ସଭାପତି ଶ୍ରୀ ୟେଲା କୋଣ୍ଡା ବାବୁ ଓ ସଂଘ ର ସମସ୍ତ ସଦସ୍ୟ ମାନେ ପୁର୍ବତନ ଟ୍ରକ ମାଲିକ ସଂଘର ସଭାପତି ଏନ୍ ଭାସ୍କର ରାଓ ଙ୍କ ସମେତ ପୁରା ଟିମ୍ ବିରୋଧରେ ରାୟଗଡା ଥାନା ରେ ଏତଲା ଦାୟର କରିଥିବା ଦେଖିବାକୁ ମିଳିଛି।
ଦାବି ପତ୍ର ରେ ଉଲ୍ଲେଖ ଅଛି ଯେ
ରାୟଗଡ଼ ସ୍ଥିତ ରାଣୀଗୁଡ଼ା ଫାର୍ମର ବାସିନ୍ଦା ସ୍ୱର୍ଗତ ନେକେଣ୍ଟି ସୂର୍ଯ୍ୟନାରାୟଣ ଚୌଧୁରୀଙ୍କ ପୁଅ ଶ୍ରୀ ନେକେଣ୍ଟି ଭାସ୍କର ରାଓ ୧୯୮୩ ରୁ ୨୦୨୩ ପର୍ଯ୍ୟନ୍ତ ଅର୍ଥାତ୍ ପ୍ରାୟ ୩୭ ବର୍ଷ ଧରି ଜିଲ୍ଲା ଟ୍ରକ୍ ମାଲିକ ସଂଘ ଦାୟିତ୍ବ ରେ ଥିଲେ, କିନ୍ତୁ ବଡ଼ ଦୁଃଖ ଓ ପରିତାପର ବିଷୟ ଏହି ଯେ ସଂଘ କୁ ପଞ୍ଜୀକରଣ ନ କରି, ବିନା ପଞ୍ଜିକରଣ ରେ ମାଲିକ ମାନ ଙ୍କୁ ଭୂଇଁ ବୁଲାଇ ସଂଘକୁ ମନଇଚ୍ଛା ଏବଂ ବେଆଇନ ଭାବରେ ପରିଚାଳନା କରିଚାଲିଥିଲେ। ଶ୍ରୀ ଯୁକ୍ତ ରାଓ ଆରମ୍ଭରୁ ୨୦୨୩ ପର୍ଯ୍ୟନ୍ତ ଶାରୀରିକ ଭାବରେ ସଂଘର ଦୈନନ୍ଦିନ କାର୍ଯ୍ୟ, ପରିଚାଳନା, ବ୍ୟବସାୟ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖି ପରିଚାଳନା କରୁଥିଲେ। ତାଙ୍କ ପାଖରେ ସମ୍ପୂର୍ଣ୍ଣ ଆର୍ଥିକ ନିୟନ୍ତ୍ରଣ ଥିଲା। ସେ ୨୦୨୦ ମସିହାରେ, ତାଙ୍କ ପରିଜନ ଶ୍ରୀ ବି. ମନ୍ମଧ ରାଓଙ୍କୁ ସଭାପତି,ଓ ଶ୍ରୀ ଶଙ୍କର ଦୋରାଙ୍କୁ ସମ୍ପାଦକ ଏବଂ ଶ୍ରୀ ଜି. କୃଷ୍ଣଙ୍କୁ କୋଷାଧ୍ୟକ୍ଷ କରି ୬୦୦ ସଦସ୍ୟଙ୍କ ମଧ୍ୟରୁ ୨୧ ଜଣ ଟ୍ରକ ମାଲିକଙ୍କୁ ନେଇ ରାୟଗଡ଼ାର ଏ.ଡି.ଏମ୍.ଙ୍କ ନିକଟରେ ସୋସାଇଟି ପଞ୍ଜିକରଣ ଆଇନ ଅନୁଯାୟୀ ଉପରୋକ୍ତ ସଂଘକୁ ପଞ୍ଜିକୃତ କରାଇଥିଲେ ଏବଂ ୨୦୨୦ ରୁ ୨୦୨୩ ପର୍ଯ୍ୟନ୍ତ ଘୋଷ୍ଟ ପ୍ରଶାସକ ଭାବରେ କାର୍ଯ୍ୟ କରିଥିଲେ। ମାଲିକମାନେ ତାଙ୍କୁ ବାରମ୍ବାର ହିସାବ ମାଗିବାରୁ, ସେ ଏବଂ ତାଙ୍କ ପରିଜନମାନେ ବେଆଇନ ଭାବରେ ସଂଘର ସମସ୍ତ ଆକାଉଣ୍ଟ ବହି, ରସିଦ, ଭାଉଚର ଏବଂ ପତ୍ରବିନିମୟ ଫାଇଲ୍ ଛଡ଼ାଇ ନେଇ ଚୁପଚାପ୍ ପରିଚାଳନାରୁ ଖସି ଯାଇଥିଲେ। ୨୦୦୩ ମସିହାରେ, ଯେତେବେଳେ ରାୟଗଡ଼ ଉପରିସ୍ଥ ଅଞ୍ଚଳରେ ନକ୍ସଲ କାର୍ଯ୍ୟକଳାପ ଶୀର୍ଷରେ ଥିଲା, ସେତେବେଳକୁ ଶ୍ରୀ ନେକେଣ୍ଟି ଭାସ୍କର ରାଓ କହିଥିଲେ ଯେ ନକ୍ସଲବାଦୀମାନେ ସଂଘଠାରୁ ଟଙ୍କା ମାଗୁଛନ୍ତି କହି ମାଲିକମାନଙ୍କଠାରୁ ପ୍ରତି ଟ୍ରକ୍ ପାଇଁ ୫,୦୦୦ ଟଙ୍କା ଆଦାୟ କରି ବେଆଇନ ଭାବରେ ସେମାନଙ୍କ ପାଇଁ ପାଣ୍ଠି ସଂଗ୍ରହ କରିଥିଲେ । ତତତ୍କାଳୀନ ସଭାପତି ୪୦ ବର୍ଷ ଟ୍ରକ୍ ମାଲିକ ସଂଘ ର ହିସାବ ଓ ଟଙ୍କା ପୁର୍ବତନ ଟ୍ରକ ମାଲିକ ସଂଘର ସଭାପତି ଆତ୍ମସାତ କରିଥିବା ଅଭିଯୋଗ ଆଣି ପ୍ରଶାସନ ନିକଟରେ ପୁଙ୍ଖାନୁ ପୁଙ୍ଖ ହିସାବ ପ୍ରଦାନ କରି ବା ପାଇଁ ପ୍ରଶାସନ କୁ ନିବେଦନ କରିବାସହ ଥାନା ରେ ଏତଲା ଦାଏର କରି ଥିବା ଦେଖିବାକୁ ମିଳିଛି।
ରାୟଗଡା ରୁ ରାବିରାଜ ବୈଦ୍ୟଙ୍କ ରିପୋର୍ଟ
