ଉମରକୋଟ ରେ କଂଗ୍ରେସ ବିରୁଦ୍ଧରେ ବିଜେପି ଯୁବ ମୋର୍ଚା ର ବିକ୍ଷୋଭ………..
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ବିଜେପି ଯୁବ ମୋର୍ଚା ତରଫରୁ କଂଗ୍ରେସ ବିରୋଧ ବିକ୍ଷୋଭ ପଦଯାତ୍ରା କରାଯାଇଛି ।
ଏହି ବିକ୍ଷୋଭ ପ୍ରଦର୍ଶନ ଏଥିପାଇଁ କରାଯାଇଥିଲା ଯେ ରାଜ୍ୟରେ ସମସ୍ତ ଗଣମାଧ୍ୟମ ରେ ପ୍ରସାର ଚାଲିଛିଜେ କଂଗ୍ରେସ ର ରାଜ୍ୟ ଛାତ୍ର ନେତା ଉଦିତ ପ୍ରଧାନ ଙ୍କ ବିରୋଧ ରେ ଦୁଷ୍କର୍ମ ଓ ଯୌନ କେଳେଙ୍କାରି ଦୃଶ୍ୟ ସାମ୍ନାକୁ ଆସିଛି । ଗତ 17 ତାରିଖ ଗୁରୁବାର ଦିନ ଫକିର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ଯ ଶ୍ରୀ ଆତ୍ମଦାହ କରିଥିବା ଘଟଣାକ୍ରମକୁ ନେଇ ଉଭୟ କଂଗ୍ରେସ ଓ ବିଜେଡି ନିଜ ନିଜ ର ରାଜନୈତିକ ରୁଟିସେକା ଆରମ୍ଭ କରିଥିଲେ ଏବଂ ବନ୍ଦ ଡାକରା ରେ ସାଧାରଣ ଜନତା ହଇରାଣ ହୋଇଥିଲେ ।ପ୍ରକୃତରେ ସୌମ୍ଯ ଶ୍ରୀ ଜଣେ ବହୁମୂଖୀ ପ୍ରତିଭା ଛାତ୍ରୀ ଥିଲେ ସେ ଅଖିଳ ଭାରତୀୟ ବିଦ୍ୟର୍ଥି ପରିଷଦ ର ଜଣେ ସଦସ୍ୟ ମଧ୍ୟ ଥିଲେ କଲେଜ ପ୍ରଶାସନିକ ବିଭାଗକୁ ଏହା ସୁହାଇଲାନାହିଁ କାରଣ ବିଶ୍ବ ବିଦ୍ୟାଳୟ ଟି ସଂମ୍ପୂର୍ଣ କଂଗ୍ରେସ ଓ ବିଜେଡି ର ଦବ୍ ଦବା ରେ ଅଛି ।ସେଠାକାର ପ୍ରିନ୍ସିପାଲ ଓ ହେଚଅଡି ଏ ଦୁଇ ଦଳର ଏଜେଣ୍ଟ ରୂପେ କାମକରନ୍ତି ବିଭିନ୍ନ ପ୍ରକାର ର ମାନସିକ ଚାପ ପକାଇ ଛାତ୍ରୀ ଜଣଙ୍କୁ ଆତ୍ମହତ୍ୟା କରିବା କୁ ବାଧ୍ୟ କରାଇଥିଲେ । ଆଜି ସେହି କଂଗ୍ରେସ ର ଛାତ୍ର ନେତା ଚନ୍ଦକା ଅଞ୍ଚଳର ଜଣେ ଛାତ୍ରୀ କୁ ନିଜର ସାଙ୍ଗ ମାନଙ୍କ ସହ ମିଶି ମଦ୍ୟପାନ କରିବା ପାଇଁ ପ୍ରବର୍ତାଇଥିଲେ ଛାତ୍ରୀ ଜଣକ ମନକରିବାରୁ ମୃଦୁପାନିୟ ରେ ନିଶା ଦେଇ ଦୁଷ୍କର୍ମ କରିବା ଘଟଣା ସାମ୍ନାକୁ ଆସିଛି ।ନିଜେ ଚର ଅନ୍ୟକୁ ଦଶ ଦେଲାଭଳି ବର୍ତ୍ତମାନ ର ସରକାର କୁ ଦଶୋ ଆରୋପ କରୁଛି ବିରୋଧୀ ବିଜେଡି ଓ କଂଗ୍ରେସ ପୂର୍ବରୁ ଏ ଦୁଇ ଦଳଙ୍କ ସରକାରରେ ନାରୀକେଳେଙ୍କାରି ର ଇତିହାସ କମ ନାହିଁ ରାଜ୍ୟ ରେ ଏହା ରାଜ୍ୟ ବାସୀ ଆଜି ପର୍ଯ୍ୟନ୍ତ ଭୁଲି ପାରିନାହାନ୍ତି । ଏହାର ପ୍ରତିବାଦରେ ଆଜି ଉମରକୋଟ ବିଜେପି ଯୁବ ମୋର୍ଚା ତରଫରୁ ଏକ ରେଲି କରି ନୂଆ ବସ୍ ଷ୍ଟାଣ୍ଡ ଠାରେ ରାହୁଲ ଗାନ୍ଧି, ଭକ୍ତ ଦାସ ନିଜ ପଦରୁ ଇସ୍ତଫା ଦିଅନ୍ତୁ କହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ଏହି କାର୍ଯ୍ୟକ୍ରମ ଯୁବ ମୋର୍ଚା ସଭାପତି ସୁଦେବ ନନ୍ଦି ଙ୍କ ନେତୃତ୍ଵରେ କରାଯାଇଥିଲା ଏଥିରେ ବହୁ ବିଜେପି ନେତା ଓ କର୍ମୀ ଯୋଗଦେଇଥିଲେ ।
