June 20, 2026

“ପୁରୀ ମୁନିସିପାଲିଟିକୁ ମହାନଗର ନିଗମ କରିବା ପ୍ରକ୍ରିୟା ଆରମ୍ଭ” l

IMG-20250723-WA0016
Share

 

ଗତ ମାର୍ଚ୍ଚ ମାସ ବିଧାନସଭା ଅଧିବେଶନରେ ପୁରୀ ପୌରପାଳିକାକୁ ମହାନଗର ନିଗମରେ ପରିଣତ କରିବାପାଇଁ କରିଥିବା ଦାବି ପୂରଣ ହୋଇ ଘୋଷଣା ମଧ୍ୟ ସରିଗଲା ଏବଂ ପୁରୀ ମହାନଗର ନିଗମ ହେବା ପାଇଁ ପ୍ରକ୍ରିୟା ଆରମ୍ଭ ହେଲା।ଯେଉଁ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଜି ବିଧାନସଭାର ସ୍ୱତନ୍ତ୍ର କକ୍ଷରେ ନଗର ଉନ୍ନୟନ ବିଭାଗ ସହ ଜଡିତ ବିଧାନସଭା କମିଟିର ଅଧକ୍ଷ,ସଦସ୍ୟଗଣ, ନଗର ଉନ୍ନୟନ ବିଭାଗର ସଚିବ, ସ୍ୱତନ୍ତ୍ର ସଚିବ,ଓଡ଼ିଶା ପୌରପାଳିକା ପ୍ରଶାସନିକ ନିର୍ଦ୍ଦେଶକ, ଭୁବନେଶ୍ୱର ଓ କଟକ ମହାନଗର ନିଗମ ଆୟୁକ୍ତ, ଉପାଧ୍ୟକ୍ଷ (ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ) ଏବଂ ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀଗଣଙ୍କ ଉପସ୍ଥିତିରେ କରାଯାଇଥିଲା। ଏହାଛଡା ଉକ୍ତ ସମୟରେ ନିମ୍ନୋକ୍ତ ବିଷୟରେ ମଧ୍ୟ ଆଲୋଚନା କରିଥିଲି।

(କ) ମହାନଗର ନିଗମ ରେ ଅନ୍ତର୍ଭୁକ୍ତ ହେବାକୁ ଯାଉଥିବା ଗ୍ରାମପଞ୍ଚାୟତ ଗୁଡିକର ମେଗା ଜଳପ୍ରକଳ୍ପ ରୁ WATCO କୁ ସ୍ଥାନାନ୍ତର

(ଖ) ପୁରୀ ସହରର ୧୦୬ ଟି ହାଡ଼ି ଗୋହିରୀ ର ସମ୍ପୂର୍ଣ୍ଣ ମରାମତି ଏବଂ ସମ୍ପୂର୍ଣ୍ଣ ସଫେଇ କରିବା ପାଇଁ ଆବଶ୍ୟକ ପାଣ୍ଠି ପୌରପାଳିକାକୁ ଯୋଗାଇବା ପାଇଁ ଏବଂ ପୁନର୍ବାର ଆବଶ୍ୟକ ପଦକ୍ଷେପ ନେବା ପାଇଁ କହିଥିଲି।

(ଗ) ପୁରୀ ସହରର ପୌରପାଳିକା ଅଧୀନରେ ଥିବା ରାସ୍ତା ଏବଂ ନାଳ ଗୁଡିକର ଚାଲିଥିବା କାର୍ଯ୍ୟ ଉପରେ ବିଭାଗକୁ ସ୍ୱତନ୍ତ୍ର ଭାବରେ ନଜର ରଖିବା ପାଇଁ ଅନୁରୋଧ କଲି।

(ଘ) Puri Konark Development Authority (PKDA) କୁ ଆଗାମୀ ୩ ରୁ ୬ ମାସ ମଧ୍ୟରେ ସମ୍ପୂର୍ଣ୍ଣ ଭାବରେ Bhubaneswar Development Authority (BDA) ଢାଞ୍ଚାରେ ପକାଇବା ପାଇଁ ବିଭାଗୀୟ ସଚିବଙ୍କଠାରୁ ପ୍ରତିଶୃତି ନେଲି।

(ଙ) ମୋଚି ସାହି ମାର୍କେଟ କଂପ୍ଲେକ୍ସ ଏବଂ ମାର୍କେଟ ଛକ ମାର୍କେଟ କଂପ୍ଲେକ୍ସ କୁ କାର୍ଯ୍ୟକାରୀ କରିବା ଦିଗରେ ବିଭାଗକୁ ଅବଗତ କରାଇଲି।

(ଚ)ଜଗନ୍ନାଥ ବଲ୍ଲଭ ପାର୍କିଙ୍ଗ ଏବଂ ତାର ଚତୁର୍ପାଶ୍ୱରେ ବାକି ଥିବା କାର୍ଯ୍ୟ ସମାପ୍ତ କରିବା ପାଇଁ ଉପସ୍ଥିତ ଥିବା OBCC ଅଧିକାରୀ ମାନଙ୍କୁ ମଧ୍ୟ କମିଟି ଜରିଆରେ ନିର୍ଦ୍ଦେଶ ଦେଲି। ଏବଂ ଏହାଛଡା ପୁରୀ ପୌରପାଳିକା ରୁ ମହାନଗର ନିଗମ କରାଯିବା ସହ ଜଡିତ ସମସ୍ତ ବିଷୟରେ ଅନ୍ୟାନ୍ୟ ଆଲୋଚନା କରିଥିଲେ ବିଧାୟକ ସୁନୀଲ ମହାନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed