May 10, 2026

ଶାରଳା ମନ୍ଦିରକୁ ଓଡିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଵତନ୍ତ୍ର ସ୍ଥାନଦେବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ସହ ଫଳପ୍ରଦ ଆଲୋଚନା ..

IMG-20250423-WA0062
Share

 

ପାରାଦୀପ(ଦେବାଶିଷ ପାଣି)ଭାରତୀୟ ଜନତାପାର୍ଟିର ଜଗତସିଂହପୁର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରତାପ ମିଶ୍ର ଓ ତିର୍ତ୍ତୋଲର ବରିଷ୍ଠ ନେତା ଶ୍ରୀ ଅଶୋକ ମହାନ୍ତି ରାଜ୍ୟ କାର୍ଯ୍ୟାଳୟ ରେ ଉପ ମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଶ୍ରୀମତୀ ପରିଡାଙ୍କ ଅଭିଯୋଗ ପ୍ରକୋଷ୍ଠରେ ସାକ୍ଷାତ କରି ମା ଶାରଳା ମନ୍ଦିରକୁ ଓଡିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବା ସହ ମନ୍ଦିର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଯଥା ଶୀଘ୍ର ଶେଷ କରିବା,ଯାତ୍ରୀ ବିଶ୍ରାମଗାର ନିର୍ମାଣ,ଉଛେଦ ହୋଇଥିବା ଦୋକାନୀ ମାନଙ୍କୁ ପୁନଃ ଥଇଥାନ,ସାରଳାଦାସ ସରୋବରର ଉନ୍ନତି କରଣ,ନୌକା ବିହାର ସହ ଚିତ୍ତବିନୋଦନ ଉଦ୍ୟାନ,ସାରଳାଦାସ ଙ୍କ ଜନ୍ମ ପୀଠ,ସାଧନା ପୀଠ ଓ ସମାଧି ପୀଠକୁ ନେଇ ବ୍ୟାଖନ କେନ୍ଦ୍ର ଓ ଶକ୍ତିପୀଠ ସଂଯୋଗୀକରଣ ଯୋଜନାରେ ଶାରଳା ମନ୍ଦିରକୁ ସାମିଲ କରିବାକୁ ଅନୁରୋଧ କରିଥିଲେ।ଉପମୁଖ୍ୟମନ୍ତ୍ରୀ ମହୋଦୟା ସମସ୍ତ ବିଷୟକୁ ଅତ୍ୟନ୍ତ ଗମ୍ଭୀରତାର ସହିତ ନେଇ ଆଲୋଚନା କରିବା ପରେ ତୁରନ୍ତ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେବା ସହ ଆଗାମୀ ପନ୍ଦର ଦିନ ମଧ୍ୟରେ ଏ ବିଷୟରେ ଏକ ଉଚ୍ଚସ୍ତରୀୟ ବିଭାଗୀୟ ସମୀକ୍ଷା ବୈଠକ ଡାକିବାକୁ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ l