April 18, 2025

ଆମ ସଂସ୍କୃତି ଆମ ଖେଳନା କର୍ମଶାଳା ଅନୁଷ୍ଠିତ….

Share

 

ବୋଲଗଡ଼, (ଉପାନ୍ତ ଖବର):ବୋଲଗଡ଼ ଶିକ୍ଷା ବ୍ଲକ ଅନ୍ତର୍ଗତ ନୂଆସାହି ଆଞ୍ଚଳିକ ସାଧନ କେନ୍ଦ୍ର ଆନୁକୂଲ୍ୟରେ ସଂଯୋଜକ ବିଶ୍ୱ ରଞ୍ଜନ ସେଠୀଙ୍କ ତତ୍ଵାବଧାନରେ
ହରିରାଜପୁର ସରକାରୀ ପ୍ରାଥମିକ
ବିଦ୍ୟାଳୟ ପରିସରରେ ‘ଆମ ସଂସ୍କୁତି ଆମ ଖେଳନା ‘କର୍ମଶାଳା
ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କର୍ମଶାଳାକୁ ବୋଲଗଡ଼ ଗୋଷ୍ଠୀ
ଶିକ୍ଷାଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟ ଉଦଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ
ଅଧ୍ୟକ୍ଷତା କରୁଥିବା ଶ୍ରୀ ବଳବନ୍ତରାୟ, ସଂଯୋଜନା କରୁଥିବା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ସଂଯୋଜକ
ପଦ୍ମ ଚରଣ ବେହେରା, ସହ
ଗୋଷ୍ଠୀ ଶିକ୍ଷାଧିକାରୀ କୈଳାସ
ନାଥ ସ୍ୱାଇଁ, ସହ ଗୋଷ୍ଠୀ ଶିକ୍ଷାଧିକାରିଣୀ ଅମିତା ମିଶ୍ର, ପ୍ରଧାନ
ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁ, ପିତବାସ ଲେଙ୍କା, ରମେଶ ଚନ୍ଦ୍ର
ସେଠୀ, ପ୍ରକାଶ ଚନ୍ଦ୍ର ସେଠୀ, ପ୍ରଧାନ
ଶିକ୍ଷୟିତ୍ରୀ ମଞ୍ଜୁବାଳା ବଳିୟାର ସିଂହ ଓ ସବିତା ସୁବୁଦ୍ଧି ଆମ ସଂସ୍କୃତି, ଖେଳନା ଓ ଶିକ୍ଷଣ ସାମଗ୍ରୀର ଉପଯୋଗିତା ସମ୍ପର୍କରେ ଆଲୋକପାତ କରିଥିଲେ ।
୯ଟି ବିଦ୍ୟାଳୟର ୪୮ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ କର୍ମଶାଳାରେ ଖେଳନା ଓ ଶିକ୍ଷଣ
ସାମଗ୍ରୀ ପ୍ରସ୍ତୁତ କରିଥିଲେ । ସିଆରସିସି କାର୍ତ୍ତିକ ଚନ୍ଦ୍ର ଦାସ, ରବୀନ୍ଦ୍ର କୁମାର ନାୟକ, ଚିନ୍ତାମଣି
ସାହୁ, ଧୀରେନ ପାତ୍ର, ପ୍ରକାଶ କୁମାର ସାହୁ, ଅଶୋକ କୁମାର ସାହୁ
ଓ ଶିକ୍ଷକ ବିଶ୍ୱଜିତ ସରୋଜ କୁମାର
ଶିକ୍ଷଣ ସାମଗ୍ରୀ ଓ ଖେଳନା ପ୍ରସ୍ତୁତିରେ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
ପରିଶେଷରେ ଶିକ୍ଷକ ଚିତ୍ତରଞ୍ଜନ
ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ
କରିଥିଲେ ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

You may have missed