May 18, 2024

ବିଶାଳ ବାଇକ ରାଲିରେ ଆସି ନାମାଙ୍କନ ଭରିଲେ ସିପିଆଇ ର ଗୁରୁନାଥ, ଲାଲ ଗଡ଼ ଫେରାଇ ଆଣିବା ନିମନ୍ତେ ପ୍ରୟାସ ଆରମ୍ଭ

Share


ଛତ୍ରପୁର, ୨୩।୪: ମଙ୍ଗଳବାର ବାଇକ ଶୋଭାଯାତ୍ରା ରେ ଆସି ନିଜ ନାମାଙ୍କନ ପତ୍ର ଦାଖଲ କଲେ ସିପିଆଇ ପାର୍ଟି ର ଛତ୍ରପୁର ବିଧାନସଭା ପ୍ରାର୍ଥୀ ଗୁରୁନାଥ ପ୍ରଧାନ l ଲାଲ ଗଡ଼ ଭାବେ ପରଚିତ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଫେରାଇ ଆଣିବା ପାଇଁ ସିପିଆଇ ପକ୍ଷରୁ ଗୁରୁନାଥ ପ୍ରଧାନ ଙ୍କୁ ବିଧାୟକ ପ୍ରାର୍ଥୀ କରାଯାଇଥିବା ଯୋଗୁ ଦଳୀୟ ନେତା ଓ କର୍ମୀଙ୍କ ମହଲ ରେ ଦେଖାଦେଇଛି ଉତ୍ସାହ l ସ୍ଥାନୀୟ ଅପରବସଷ୍ଟାଣ୍ଡ ଠାରୁ ଗୁରୁନାଥ ଙ୍କ ସହ ଶହ ଶହ ଦଳୀୟ ନେତା ଓ କର୍ମୀ ମାନେ ବାଇକ ଶୋଭାଯାତ୍ରାରେ ଛତ୍ରପୁର ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ l ସେଠାରେ ଛତ୍ରପୁର ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଙ୍ଗ ଅଫିସର ଦେବଦତ୍ତ ମହାନ୍ତଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ଏହି ଶୋଭାଯାତ୍ରା ସିପିଆଇ ଜାତୀୟ ନେତା ରାମ କୃଷ୍ଣ ପଣ୍ଡା ଓ ଆଶିଷ କାନୁନ ଗୋ, ରାଜ୍ୟ ନେତା ଜୟନ୍ତ ଦାସ ଓ ପ୍ରଶାନ୍ତକୁମାର ପାଟଯୋଶୀ, ଗଞ୍ଜାମ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର, ଜିଲ୍ଲା ସହ -ସମ୍ପାଦକ ନୀଳକଣ୍ଠ ଦାଶ, ଅଖିଳ ଭାରତ ଯୁବସଂଘ ର ରାଜ୍ୟ ସହ -ସମ୍ପାଦକ କାମଦେବ ନାହାକ, ଚମାଖଣ୍ଡି ଜୋନାଲ ସମ୍ପାଦକ ସିଏଚ ଜନାର୍ଦନ ରେଡ୍ଡୀ, ଛତ୍ରପୁର ଜୋନାଲ ସମ୍ପାଦକ ଡି. ଆଦିନାରାୟଣ ରେଡ୍ଡୀ, ଗଞ୍ଜାମ ଜୋନାଲ ସମ୍ପାଦକ ଦଣ୍ଡପାଣି ପାତ୍ର , ମାଗୁଣି ବିଷୋୟୀ, ମଥୁରା ସୁବୁଦ୍ଧି, ଏନ. ମୁନାପାତ୍ର, ଏନ. ଗିରିଜା ପ୍ରସାଦ ରେଡ୍ଡୀ, ସନ୍ତୋଷ ସେଠି, ଚିଙ୍କରା ବେହେରା, ଘନଶ୍ୟାମ ରେଡ୍ଡୀ, ପୂର୍ଣ୍ଣ ଚନ୍ଦ୍ର ଗୌଡ଼, ସୁକାନ୍ତ ଆଚରି,କୈଳାଶ ପଲାଇ, ଏସ. କ୍ରିଷ୍ଣା ରେଡ୍ଡୀ, କେଶବ ନାହାକ, ରାଜେନ୍ଦ୍ର ନାହାକ,ଦୁର୍ଯ୍ୟୋଧନ ପରିଡା ଙ୍କ ସମେତ ହଜାରୁ ଉର୍ଧ୍ଵ ସିପିଆଇ ନେତା ଓ କର୍ମୀ ମାନେ ସାମିଲ ଥିଲେ(ଅରୁଣ କୁମାର ପଣ୍ଡା )