ମାଁ ଗୁଲୁମେଶ୍ୱରୀ ପୀଠରେ ଚଇତି ପର୍ବ

puj0
Share

ସମ୍ବଲପୁର(ଘେନୁପାଲି): ଘେନୁପାଲି ପଞ୍ଚାୟତର ମାଁ ଗୁଲୁମେଶ୍ୱର ପୀଠରେ ଆଜି ଚଇତି ପର୍ବ ବହୁ ଉତ୍ସାହ ଉଦ୍ଦିପନା ସହିତ ପାଳିତ ହୋଇଯାଇଛି।
ସାଁପଲହରା ଘାଟି ଉପରେ ଥିବା ଗୁଲୁମେଶ୍ୱର ପୀଠରେ ଚୈତ୍ର ପୂର୍ଣ୍ଣମୀ ଅବସରରେ ଆୟୋଜିତ ଏହି ଚଇତି ପର୍ବ ରେ ପଣ୍ଡିତ ଗୁପ୍ତେଶ୍ୱର ଷଡଙ୍ଗୀଙ୍କ ପୌରହିତ୍ୟରେ ହୋମ ଯଜ୍ଞ ଓ ପୂଜା ପାଠ ହୋଇଥିଲା। ଏଥିରେ ସସ୍ତ୍ରୀକ ହୀରୋର ନରେଶ ପ୍ରଧାନ ଓ ଟିକି ପ୍ରଧାନଙ୍କ ସହିତ ସାଁପଲହରାର ଚିତ୍ତରଞ୍ଜନ ନେଗୀ ଓ ଦୀପିକା ବିଶି କର୍ତ୍ତା ଦାୟିତ୍ୱ ବହନ କରିଥିଲେ।
ଏହି ଅବସରରେ କୁଲସର ଗ୍ରାମର ସଂକୀର୍ତ୍ତନ ବୈଠକି,ସାଁପଲହରା ର କରମା ଓ ଅଶ୍ୱିନୀ ପୂଜାରୀଙ୍କ ଦଳ ପାଲା ପରିବେଷଣ କରିଥିଲେ ।ଆୟୋଜିତ ପରବରେ ସମାଜସେବୀ ଡା.ରାଜାରାମ ଷଡଙ୍ଗୀ ଅତିଥି ଭାବେ ଯୋଗଦାନ କରି ଭାରତୀୟ ସଂସ୍କୃତିକୁ ଉଜ୍ଜୀବିତ କରିବାରେ ଏଭଳି ପରବ ଓ ଲୋକକଳାକୁ ବ୍ୟାପକ କରିବା ନେଇ ମତ ରଖିଥିଲେ ।ଏହାକୁ ଅଶୋକ ଷଡଙ୍ଗୀ ,ସୁଶାନ୍ତ ନାଏକ ପ୍ରମୁଖ ପରିଚାଳନା କରିଥିଲେ।

You may have missed