May 18, 2024

କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

Share

 

ଗୁଣପୁର -ରାୟଗଡା ଜିଲ୍ଲା ଗୁଣୁପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ପକ୍ଷରୁ ସତ୍ୟଜିତ ଗମାଙ୍ଗ ନିଜର ନାମାଙ୍କନ ପତ୍ର ଆଜି ଗୁଣୁପୁର ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ଙ୍କ ନିକଟରେ ଦାଖଲ କରିଛନ୍ତି । ବିଜେଡି ରୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କୃତ ନେତା ତଥା ବର୍ତ୍ତମାନ ଗୁଣୁପୁର ପୌର ପରିଷଦ ର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ ଙ୍କ ପ୍ରତ୍ୟକ୍ଷ ସହଯୋଗ ଓ ଉପସ୍ଥିତି ରେ ନିଜର ସମର୍ଥକଙ୍କ ଗହଣରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରିଥିଲେ । ଏହି ପରିପ୍ରେକ୍ଷୀରେ କଂଗ୍ରେସ ତାର ଶକ୍ତି ପ୍ରଦର୍ଶନ କରିଥିବା ଆଲୋଚନା ହେଉଛି । ହେଲେ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଜିଲ୍ଲା କଂଗ୍ରେସ ସଭାପତି ବିଜୟ କୁମାର ଗମାଙ୍ଗ ଙ୍କ ଅନୁପସ୍ଥିତି । ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି କି କଂଗ୍ରେସ ରେ ସବୁକିଛି ଠିକଠାକ ଚାଲୁନାହିଁ । ଗୋଟିଏ ପଟେ ପୁରୁଖା କଂଗ୍ରେସ ନେତା ଓ କର୍ମୀଙ୍କୁ ଅଣଦେଖା ଓ ଅନ୍ୟପକ୍ଷରେ ଅଣ କଂଗ୍ରେସର ସମର୍ଥନ ଗୁଣୁପୁର କଂଗ୍ରେସ ରାଜନୀତି କୁ ଘାଣ୍ଟି ଚକଟି ଦେଇଛି । କଂଗ୍ରେସ ତାର ଗ୍ୟାରେଣ୍ଟି କାର୍ଡ କୁ ନେଇ ସାଧାରଣ ଭୋଟରଙ୍କୁ ସଚେତନ କରାଇ ନିଶ୍ଚିତ ଭାବେ ନିର୍ବାଚିତ ହେବ ବୋଲି ବରିଷ୍ଠ ନେତା ଦୁର୍ଗା ପଣ୍ଡା କହିଛନ୍ତି । ସେହିଭଳି ଗୁଣୁପୁର ଅଞ୍ଚଳରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା, ଚାଷୀ ଓ ଶ୍ରମିକଙ୍କ କଲ୍ୟାଣ, ଶିକ୍ଷା ଓ ସ୍ୱାସ୍ଥ୍ୟ ର ବିକାଶ ଲାଗି ନିଶ୍ଚିତ ଭାବେ କାମ କରିବେ ବୋଲି ପ୍ରାର୍ଥୀ ସତ୍ୟଜିତ ଗମାଙ୍ଗ ମତ ଦେଇଛନ୍ତି ।(ସୁରେନ୍ଦ୍ର ମହାନ୍ତି )