May 10, 2026

ଦୁଇ ମନ୍ତ୍ରୀଙ୍କୁ ବିରୋଧ କନଷ୍ଟେବଲ ଆହତ..

IMG-20250323-WA0066
Share

 

ବାରିପଦା (ଦେବାଶିଷ ଦାଶ)

ମୟୂରଭଞ୍ଜ ଜିଲ୍ଲା‌ର‌ ବାରିପଦା ରେ କାଳ ବୈଶାଖୀ ର କ୍ଷୟକ୍ଷତି ଆକଳନ ପାଇଁ ଯାଇଥିବା ଦୁଇ ମନ୍ତ୍ରୀଙ୍କୁ ବିରୋଧ। କାହିଁକି ମନ୍ତ୍ରୀ ଆମ ଅଞ୍ଚଳକୁ ଆସିଲେନି କହି ରୋଷ ଝାଡ଼ିଲେ। ମନ୍ତ୍ରୀଙ୍କୁ ଛାଡ଼ି ଆସୁଥିବା ଗାଡ଼ି ଉପରକୁ ଢ଼େଲା ମାଡ଼ କଲେ। ଢ଼େଲା ମାଡ଼ରେ କାର୍‌ କାଚ ଭାଙ୍ଗି ଚୁରମାର, ଲୋକଙ୍କ ହୋହଲ୍ଲା। ଢେଲା ପଥର ମାଡ଼ରେ ଜଣେ କନେଷ୍ଟବଲ୍‌ଙ୍କ ମୁଣ୍ଡ ଫାଟିଲା। ବାଙ୍ଗିରିପୋଷି ଷ୍ଟେସନ୍‌ ଛକରେ ଲୋକଙ୍କ ବିରୋଧ ପ୍ରଦର୍ଶନ। କାଳବୈଶାଖୀ କ୍ଷୟକ୍ଷତି ଆକଳନ ପାଇଁ ଯାଇଥିଲେ ୨ ମନ୍ତ୍ରୀ। ସୁରେଶ ପୂଜାରୀ ଓ କୃଷ୍ଣଚନ୍ଦ୍ର ମହାପାତ୍ର ଆକଳନ ପାଇଁ ଯାଇଥିଲେ।