August 7, 2026

ଡ଼କ୍ଟର ରାମ ମନୋହର ଲୋହିଅାଙ୍କ ଜୟନ୍ତୀ ଓ ଶହୀଦ ଭଗତ ସିଂହଙ୍କ ଫାଶୀ ଦିବସ ପାଳିତ…

jayn
Share

ବ୍ରହ୍ମପୁର,ମହାନ୍ ସ୍ବାଧୀନତା ସଂଗ୍ରାମୀ, ବିପ୍ଲବୀ, ସମାଜବାଦୀ ନେତା ଡ଼କ୍ଟର ରାମ ମନୋହର ଲୋହିୟାଙ୍କ ଜୟନ୍ତୀ ଓ ଶହୀଦ ଭଗତ ସିଂହଙ୍କ ବଳିଦାନ ଦିବସ ଉପଲକ୍ଷେ ଶନିବାର ଅପରାହ୍ନରେ ସ୍ଥାନୀୟ ନବୀନ ଭବନ ପରିସରରେ ଏକ ଅାଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି
ନବୀନର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ୍ କାମରାଜୁ ମହାରଣା, ରଞ୍ଜନ କୁମାର ସାହୁ, ଅଶୋକ କୁମାର ଦଳାଇ, ସୀମାଞ୍ଚଳ ମିଶ୍ର, ଅଭିମନୁ୍ୟ ନାୟକ, ଶିବ ପ୍ରସନ୍ନ ମିଶ୍ର, ପବିତ୍ର କୁମାର ଚୌଧୁରୀ, ଇଂ. ମାନସ ରଂଜନ ତ୍ରିପାଠୀ, ସୁଶାନ୍ତ କର, ନବୀନର ପ୍ରକାଶିକା ମଞ୍ଜୁ ରଥ ପ୍ରମୁଖ ଯୋଗଦେଇ ଲୋହିଅାଙ୍କ ସପ୍ତକ୍ରାନ୍ତି ବିଚାରଧାରା ଓ ଭଗତ ସିଂହଙ୍କ ବଳୀଦାନ ଅାଜି ମଧ୍ୟ ସମାଜ ପାଇଁ ଅପରିହାର୍ଯ୍ୟ ହୋଇ ରହିଛି ବୋଲି ମତ ଦେଇଥିଲେ ଏହି ଅବସରରେ ଉଭୟ ମହାପୁରୁଷଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାସୁମନ ଜ୍ଞାପନ କରାଯାଇଥିଲା

You may have missed