April 26, 2026

25 ପ୍ରକଳ୍ପ ପାଇଁ ଖର୍ଚ୍ଚ 1 କୋଟି 15 ଲକ୍ଷ

IMG-20230323-WA0000
Share

 

ଗଞ୍ଜାମ -ପ୍ରଦୀପ କୁମାର ପଣ୍ଡା

 

ଗଞ୍ଜାମ ଏନଏସି କନଫରେନ୍ସ ହଲରେ ବୁଧବାର କାଉନ୍ସିଲର ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ଏନଏସି ଅଧକ୍ଷା ପ୍ରତିଭା ପାଢ଼ୀ ଅଧକ୍ଷତା କରିଥିଲେ l ଏନଏସି ଉପନଗରପାଳ ସୁରେନ୍ଦ୍ର କୁମାର ବାରିକି, ଏନଏସି ଇଓ ଅବିନାଶ ମିଶ୍ର, ମଞ୍ଚାସିନ ହୋଇଥିଲେ l ବିଧାୟକ ପ୍ରତନିଧି ତଥା ଏନଏସି ବିଜେଡି ଯୁବ ସଭାପତି ସୁଧୀର କୁମାର ପାଢ଼ୀ, ଏକାଉଟେଣ୍ଟ ଦୀପ୍ତି ରଞ୍ଜନ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ l ପ୍ରଥମେ ପୂର୍ବ ବୈଠକର ବିବରଣୀ ପଠନ କରାଯିବା ସହ ମୁକ୍ତା ଯୋଜନାର ଅଧିକାରୀ ଚିନ୍ମୟୀ ପୃଷ୍ଟି ସହରର ବିଭିନ୍ନ ୱାର୍ଡରେ 25 ଟି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏଥିପାଇଁ 1 କୋଟି 15 ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି ଏବଂ ତାହାକୁ ଜିଲ୍ଲାପାଳ ଅନୁମୋଦନ କରିଥିବା ସୂଚନା ଦିଆଯାଇଛି l ଏଥିସହ ବିଭିନ୍ନ ସାହିର ସଂଯୋଗ ଫେଂବର ରୋଡ଼, ପୋଖରୀର ପୁନଃ ଉଦ୍ଧାର, ରାସ୍ତାଘାଟ, ସହର ସୌନ୍ଦର୍ଯ୍ୟକରଣ ଆଦି ଉପରେ ଆଲୋଚନା ହୋଇଥିଲା l ଏଥିରେ କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡା, ମହିଳା କନିଷ୍ଠ ଯନ୍ତ୍ରୀ ବିଷ୍ଣୁପ୍ରିୟା ସାବତ, ସିଓ ସ୍ୱପ୍ନାରାଣୀ ମହାପାତ୍ର, ସିଏମଏମ ଭାଗ୍ୟଶ୍ରୀ ନାୟକ, ଏନଏସି କର୍ମଚାରୀ କମଳାକାନ୍ତ ଦାସ, ସାନିଟେସନ ଏକ୍ସପଟ ସୁମିତ କୁମାର ବେହେରା, ସମସ୍ତେ ୱାର୍ଡ କାଉନସିଲର ମାନେ ଉପସ୍ଥିତ ଥିଲେ l