March 8, 2026

ପଲ୍ଲବୀ ନାଟ୍ୟ କଳା ପରିଷଦ ର ବାର୍ଷିକ ଉତ୍ସବ ଓ ଗୁରୁ ସମ୍ବର୍ଦ୍ଧନା

IMG-20260223-WA0041
Share

 

ବାଣପୁର ଚିଲିକା ଅଞ୍ଚଳ ର ଅଞ୍ଚଳ ର ଅଗ୍ରଣୀ ନାଟ୍ୟ ସଂସ୍ଥା ପଲ୍ଲବୀ ନାଟ୍ୟ କଳା , ମଠପୁର ର ୬ଷ୍ଠ ସାମ୍ବତ୍ସରିକ ଉତ୍ସବ ପାଳନ ଅବସରରେ ସାଂସ୍କୃତିକ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଗୁରୁ ମାନଙ୍କୁ ସମ୍ବର୍ଦ୍ଧନା ଓ ଶିଶୁ ପ୍ରତିଭା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚିଲିକା ତଟଵର୍ତ୍ତୀ କଳିଯୁଗେଶ୍ବର ଙ୍କ ପୀଠ ପରିସର ରେ ଅନୁଷ୍ଠିତ ଏହି ସାରସ୍ବତ ସମାରୋହରେ ଚିଲିକା ବ୍ଲକ ର ପ୍ରାକ୍ତନ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ କଣ୍ଡୁରୀ ଚରଣ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ସାହିତ୍ୟ ସିନ୍ଦୂରା ର ସମ୍ପାଦକ ତଥା ପରିଡ଼ା ପାଠାଗାର ର ପ୍ରତିଷ୍ଠାତା ଗୋଲକ ବିହାରୀ ପରିଡ଼ା ଏବଂ ମୁଖ୍ୟବକ୍ତା ଭାବେ ଘିଅଖଲା ମଠପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମନ୍ଦାକିନୀ ଦାଶ ଯୋଗଦେଇ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କବି ରବୀନ୍ଦ୍ରନାଥ ପ୍ରଧାନ, ସମାଜସେବୀ ସୁଧାକର ପ୍ରଧାନ, କବି ଶଶୀଭୂଷଣ ବରାଳ,

ସିଙ୍ଗେଶ୍ଵର ପଞ୍ଚାୟତ ର ନାଏବ ସରପଞ୍ଚ ସୁଦର୍ଶନ ସାହୁ ଯୋଗଦେଇ ପଲ୍ଲବୀ ନାଟ୍ୟ କଳା ପରିଷଦ ର ସାଂସ୍କୃତିକ ବିପ୍ଲବ ର ଭୂୟସୀ ପ୍ରଶଂସା କରିଥିଲେ। ପ୍ରାରମ୍ଭରେ ପରିଷଦ ର ସମ୍ପାଦକ ଅଶୋକ କୁମାର ପ୍ରଧାନ ବାର୍ଷିକ ବିବରଣୀ ପଠନ କରିଥିଲେ। ଏହି ଅବସରରେ କଳା କ୍ଷେତ୍ରରେ ନିରବଚ୍ଛିନ୍ନ ସାଧନା ରତ ନାଟ୍ୟ, ନ୍ରୃତ୍ୟ ଓ ସଙ୍ଗୀତ ଗୁରୁ

ଉମା ମିଶ୍ର,ଗୈ।ରାଙ୍ଗ ଚରଣ ମୁଦୁଲି,ବିଜୟ କୁମାର ସାହୁ, ବିଷ୍ଣୁ ପ୍ରିୟା ବାରିକ , ଭିକାରୀ ଚରଣ ପ୍ରଧାନ, ପ୍ରମୋଦ କୁମାର ସ୍ଵାଇଁ,ମାଧବ ଚନ୍ଦ୍ର ପଲେଇ,ବିଜୟ କୁମାର ସେଠୀ ପ୍ରମୁଖ ଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ପଲ୍ଲବୀ ନାଟ୍ୟ କଳା ପରିଷଦ ର ଶିଶୁ ନାଟକ ତୁ ମୋ ଆଖିର ତାରା ଏଵଂ ଅନ୍ଧ ଭକ୍ତି ର ଶିଶୁ କଳାକାର ମାନଙ୍କୁ ସମ୍ମାନିତ କରାଯାଇଥିବା ବେଳେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଶ୍ରେଷ୍ଠ ଅଭିନେତ୍ରୀ ଶିବାନୀ ସ୍ବାଇଁ ଏବଂ ଜାତୀୟ ପୁରସ୍କାର ଲାଭ କରିଥିବା ପରୀ ବେହେରା ଓ ବୈଷ୍ଣବ ଯୁଝାର ସିଂହ ଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସମସ୍ତ କାର୍ଯ୍ୟ କ୍ରମର ମଞ୍ଚ ସଞ୍ଚାଳନ କରିଥିଲେ ବିଶିଷ୍ଟ କବି ତଥା ବରିଷ୍ଠ ଶିକ୍ଷକ ଗୋପୀନାଥ ଦାଶ । ଧନ୍ୟବାଦ ପ୍ରଦାନ କରିଥିଲେ ପରିଷଦର ସଭାପତି ପ୍ରୃଥ୍ଵୀଧର ପ୍ରଧାନ। ସହଯୋଗ କରିଥିଲେ ଓମ୍ କୁମାର ଦେବଦତ୍ତ, ଜିତେନ୍ଦ୍ର କୁମାର ସାହୁ, ସୁଶାନ୍ତ କୁମାର ସାହୁ,ଆକାଶ ସ୍ଵାଇଁ, ପଞ୍ଚାନନ ଜେନା।