କୁଡିଆ ପ୍ରିମିୟର ଲିଗ ର ଉଜ୍ଜାପନି ଉତ୍ସବ
ବାଲେଶ୍ଵର ( ଦେବାଶିଷ ଦାଶ )
ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ କୁଡିଆ ସ୍ଥିତ କୁଡିଆ ପ୍ରିମିୟର ଲିଗର ଉଜ୍ଜାପନି ଦିବସ ଅନୁଷ୍ଠିତ ହୋଇଯାଇଅଛି। ୫ ଦିନ ଧରି ଚାଲୁଥିବା ଏହି କ୍ରିକେଟ ମ୍ୟାଚ୍ ରେ ୬ ଟି ଟିମ ଅଂଶଗ୍ରହଣ କରିଥିଲେ ଯଥା ଏସ.ଏସ ସୁପର କିଙ୍ଗ, ଏମ.ଭି ଫାଇଟର, ଏନ.ଏମ.ଏନ ମୁସତାକ, ପଠାନ ଫାଇଟର୍, ମହାପାତ୍ର ଫାଇଟର, ସାମିଲ ୧୧। ଉକ୍ତ ଦିବସରେ କୁଡିଆ ସରପଞ୍ଚ ଗୌରାଙ୍ଗ ଚନ୍ଦ୍ର ବେହେରା ଫିତା କାଟି ଖେଳକୁ ଉଦଘାଟନ କରିଥିବା ବେଳେ ଫାଇନାଲ ଖେଳ ଦିନ ସାମିଲ ୧୧ ଓ ମହାପାତ୍ର ଫାଇଟର ସହ ଅନୁଷ୍ଠିତ ହେଇଥିଲା। ସାମିଲ ୧୧, ୧୦ ଓଭର ରେ ୨ ଟି ୱିକେଟ ହରାଇ ୧୬୭ ରନ କରିଥିବା ବେଳେ ମହାପାତ୍ର ଫାଇଟର ୧୦ ଓଭରରେ ୪ ଟି ୱିକେଟ ହରାଇ ୧୨୭ ରନ କରି ପରାସ୍ତ ହୋଇଥିଲେ। ମୁଖ୍ୟ ଅତିଥି ଯୁବ ଉଦ୍ୟୋଗୀ ତଥା ୱାଲ୍ଡ ମୋବାଇଲ ପଏଣ୍ଟର ମୁଖ୍ୟ ସେଖ କବିର ବିଜେତା ଦଳ ସାମିଲ ୧୧ କୁ ଟ୍ରଫି ପ୍ରଧାନ କରିଥିବା ବେଳେ ଆୟୋଜକର ମୁଖ୍ୟ ହିତେଶ ଜେନା ଉପ ବିଜେତା ଦଳ ମହାପାତ୍ର ଫାଇଟର କୁ ଟ୍ରଫି ପ୍ରଦାନ କରିଥିଲେ।
