May 11, 2026

ମା ଶାରଳା ଙ୍କ ଦୟାରୁ, ଦୀର୍ଘ ୯ ବର୍ଷ ପରେ, ଘରକୁ ଫେରିଲେ ଦାମ ରଗଡ….

IMG-20250123-WA0025
Share

ଝଙ୍କଡ଼, ମାନସିକ ଭାରସାମ୍ୟ ହରାଇ, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ , ବିରିତୋଳ ପଞ୍ଚାୟତର , ସଲମପୁର ଗ୍ରାମର,୫୦ ବର୍ଷ ବୟସ୍କ ଦାମ ରଗଡ଼ ନାମକ ଜଣେ ବ୍ୟକ୍ତି ଗତ ୯ ବର୍ଷତଳେ, ଘରଛାଡ଼ି, କେଉଁଆଡେ, ନିଖୋଜ ହୋଇ ଯାଇଥିଲେ। ଘରେ ତାଙ୍କର ଦୁଇ ପୁଅ, ବୁଲା ରଗଡ ଓ ସାନ ପୁଅ ସୁନୀଲ ସହିତ ସାନ ଝିଅ ଲିଲି ରଗଡ଼ ସପ୍ତମ ଶ୍ରେଣୀରେ ପାଠ ପଢୁଛି। ଘରଲୋକମାନେ ତାଙ୍କୁ ବର୍ଷ ବର୍ଷ ଧରି, ଖୋଜାଖୋଜି କଲେ ମଧ୍ୟ, ତାଙ୍କର ପତ୍ତା ପାଇ ନଥିଲେ। ଗତ କିଛି ଦିନ ପୁର୍ବରୁ , ସାରଳାମନ୍ଦିରର ରବୀନ୍ଦ୍ର ରାଉଳ ଜଣେ ପୂଜକ ଙ୍କୁ ତାଙ୍କର ଜେଜେମାନ ଏହି ନିରୁଦିଷ୍ଟ ବ୍ୟକ୍ତି, ବାଲେଶ୍ଵର ଭୋଗରାଇ ଅଞ୍ଚଳର ଡମପଡ଼ିଆ ବଜାର ରେ ଥିବାର, ଖବର ଦେଇଥିଲେ। ସେହି ଗ୍ରାମର ବିଶିଷ୍ଟବ୍ୟକ୍ତି ତଥା ଜିଲ୍ଲା ବିଜେଡ଼ି ର ବରିଷ୍ଠ ଉପସଭାପତି ଅଶ୍ଵିନୀ ଦାସ ଙ୍କୁ ଏହି ବିଷୟରେ ସୂଚନା ଦେଇଥିଲେ। ଶ୍ରୀ ଦାସ ଦାମ ରଗଡ ପରିବାର ଲୋକଙ୍କୁ ଜଣାଇବା ପରେ, ଘରଲୋକମାନେ ତାଙ୍କୁ ସେଠାରୁ ଉଦ୍ଧାର କରି, ଘରକୁ ଫେରାଇ ଆଣିଥିଲେ। ଦୀର୍ଘ ୯ ବର୍ଷ ପରେ ସେ ଘରକୁ ଫେରିଆସିଥିବାରୁ, ପରିବାର ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା। ତାଙ୍କୁ ଦେଖିବା ଗାଁ ଲୋକମାନେ ରୁଣ୍ଡ ହୋଇଯାଇଥିଲେ। ପ୍ରତିକ୍ରିୟା ରେ ପରିବାର ସଦସ୍ୟ ମାନେ କହନ୍ତି ଯେ, ମା ସାରଳା ଠାକୁରାଣୀ ଙ୍କ ଅପାର ଦୟାରୁ ଆମେ ତାଙ୍କୁ ଫେରି ପାଇଲୁ। ତେବେ ଭଙ୍ଗା କୁଡିଆ, ତାଳବାହୁଙ୍ଗା ଛପର ଘରେ ସେ ଦୁଃଖ କଷ୍ଟରେ ଜୀବନ ଅତିବାହିତ କରୁଥିବାରୁ, ସରକାରୀ ଯୋଜନା ଅନୁଯାଇ, ଆବାସଯୋଜନା ରେ ତାଙ୍କୁ ଏକ ବାସଗୃହ ଯୋଗାଇ ଦେବାକୁ, ଗ୍ରାମବାସୀ ମାନେ ନିବେଦନ କରିଅଛନ୍ତି।

ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର…।