ଉମରକୋଟ ନିକଟସ୍ଥ ପୋଡ଼ାଗଡ ଠାରେ ନୂତନ ବ୍ଲକ ଗଠନ ପାଇଁ ଜୋର୍ ଧରିଲା ଦାବୀ ….

ଉମରକୋଟ -(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକର ୮ଟି ଗ୍ରାମ ପଞ୍ଚାୟତକୁ ନେଇ ନୂତନ ବ୍ଲକ ଗଠନ ପାଇଁ ଦାବି ଆରମ୍ଭ ହେଇଛି। ଆଜି ଉମରକୋଟ ବ୍ଲକ ଅନ୍ତର୍ଗତ ଭଣ୍ଡାରିଗୁଡ଼ା ଗ୍ରାମ ପଞ୍ଚାୟତ ଅଧୀନରେ ଆସୁଥିବ। ଐତାହସିକ ପିଠ ପୋଡ଼।ଗଡର ସଂଗ୍ର।ହଳୟ ଠାରେ ଅନୁଷ୍ଠିତ ଏହି ଗୁରୁତ୍ବ ପୂର୍ଣ୍ଣ ବୈଠକରେ ଉମରକୋଟ ବ୍ଲକ ଅଧ୍ୟକ୍ଷା ସୁଶୀଳା ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଥିଲା। ଉମରକୋଟ ବ୍ଲକ୍ ରେ ୨୬ ଟି ଗ୍ରାମ ଗ୍ରାମ ପଞ୍ଚାୟତ ରହିଛି। ଉମରକୋଟ ବ୍ଲକ ର ଭଣ୍ଡାରିଗୁଡା, ସିଂଶାରି, ମୁଣ୍ଡିଗୁଡ଼।, ରାଜପୁର, ନେଉର।, ବେନରା, କାରାଗାଁ, ତରେଙ୍ଗ। ଗ୍ରାମ ପଞ୍ଚାୟତ ର ମଧ୍ୟ ସ୍ଥଳ ହେଲା ଭଣ୍ଡାରିଗୁଡା ଗ୍ରାମ ପଞ୍ଚାୟତ। ଏହି ୮ଟି ଗ୍ରାମ ପଞ୍ଚାୟତର ମୋଟ ଜନସଂଖ୍ୟା ହେଲା ୭୫ ହଜାର। ଏହି ୮ ଟି ଗ୍ରାମ ପଞ୍ଚାୟତ ର ଲୋକେ କୌଣସି କାମ ନେଇ ଉମରକୋଟ ବ୍ଲକ ଅଫିସକୁ ଯିବାକୁ ହେଲେ ୩୫ ରୁ ୪୦ କିଲୋମିଟର ଯିବାକୁ ପଡୁଛି। ଏହି ୮ ଟି ଗ୍ରାମ ପଞ୍ଚାୟତ ର ପ୍ରାୟ ୯୯ ପ୍ରତିଶତ ଲୋକ ଗରିବ ଆଦିବାସୀ ଓ ହରିଜନ ସଂପ୍ରଦାୟର ଅଟନ୍ତି। ଅପର ପକ୍ଷରେ ଏହି ୮ ଟି ଗ୍ରାମ ପଞ୍ଚାୟତ ରେ ଗମନ। ଗମନ, ଶିକ୍ଷା , ପାନୀୟ ଜଳ, ଉଚ ଶିକ୍ଷା, ଉଦ୍ୟାନ କୃଷି ରେ ଏକ ପଛୁଆ ଅଂଚଳ ଅଟେ । ଏହି ଅଞ୍ଚଳ ର ଲୋକ ଙ୍କ ପାଇଁ ଜଳସେଚନ ଏକ ସ୍ବପ୍ନ ଅଟେ । ଉଚ୍ଚ ଶିକ୍ଷା ପାଇଁ ଏହି ଅଞ୍ଚଳର ଗରିବ ଛାତ୍ର ଛାତ୍ରୀ ମାନଙ୍କୁ ଧୋଡ୍ର।,ଉମରକୋଟ, ଝରିଗାଁ ଓ ଡାବୁଗାଁ ଯିବାକୁ ପଡ଼ୁଛି। ଏହି ୮ଟି ଗ୍ରାମ ପଞ୍ଚାୟତ ପୋଡଶୀ ଛତିଶଗଡ ରାଜ୍ୟ ର ନକ୍ସଲ ପ୍ରବଣ ବସ୍ତର ଜିଲ୍ଲାକୁ ଲାଗି ରହିଛି। ଫଳରେ ଏହି ଅଂଚଳରେ ଛତିଶଗଡ ରାଜ୍ୟର ମାଓ ଗତିବିଧି ଲାଗି ରହିଛି। ଏହି ଅଞ୍ଚଳ ରେ ଶିକ୍ଷା ଓ ଶିକ୍ଷାନୁଷ୍ଠାନ ଅଭାବ ରୁ ଏହି ଅଞ୍ଚଳର ସର୍ବାଧିକ ଛାତ୍ର ଛାତ୍ରୀ ଅଧା ରୁ ପାଠ ପଢା ଛାଡି ଦେଉଛନ୍ତି ଓ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ପଳାୟନ କରୁ ଛନ୍ତି। ତେଣୁ ଏହି ୮ ଟି ଗ୍ରାମ ପଞ୍ଚାୟତ ରେ ଶିକ୍ଷା, କୃଷୀ, ଉନ୍ନୟନ କାର୍ଯ୍ୟ ଓ ସ୍ଵାସ୍ଥ୍ୟ ର ବିକାଶ ପାଇଁ ପଡ଼ାଗଡ ଠାରେ ନୂତନ ବ୍ଲକ୍ କାର୍ଯ୍ୟାଳୟ ଖୋଲିବା ପାଇଁ ନିହାତି ଜରୁରୀ ହେଇ ପଡ଼ିଛି ବୋଲି ଉପସ୍ଥିତ ୮ ଟି ଗ୍ରାମ ପଞ୍ଚାୟତର ମୁଖ୍ୟ ବ୍ୟକ୍ତି ମାନେ ମତ ପ୍ରଦାନ କରିଛନ୍ତି। ନୂତନ ବ୍ଲକ ପ୍ରତିଷ୍ଠା ପାଇଁ ଏକ ଦାବୀ ପତ୍ର ନବରଙ୍ଗପୁର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଏହି ବୈଠକରେ ବ୍ଲକ୍
ଅଧ୍ୟକ୍ଷା ସୁଶୀଳା ମାଝିଙ୍କ ବ୍ୟତୀତ ବ୍ଲକ ଉପାଧ୍ୟକ୍ଷ ଶ୍ୟାମଲ ସରକାର , ୩ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ଡାଳିମ୍ବ ଭତ୍ରା, ଭଣ୍ଡାରିଗୁଡା ପୂର୍ବତନ ସରପଂଚ ଉର୍ଦ୍ଧ୍ବବ ଚରଣ ନାୟକ , ସମାଜ ସଂଗଠକ ତଥା ବରିଷ୍ଟ ବିଜେଡି ନେତା ଦେବୀ ସିଂ ମାଝୀ , ତୁଳସୀ ରାମ ଭତ୍ରା , ତୋରେଙ୍ଗା ସରପଞ୍ଚ ମନୁ ଭତ୍ରା, ସିଂସାରି ଗ୍ରାମ ପଞ୍ଚାୟତରୁ ଡମ୍ବରୁ ମାଝୀ ସମେତ କାରାଗାଁ ମୁଣ୍ଡିଗୁଡ଼ା, ନେହୁରା ଓ ବେନୋରା ପଂଚାୟତ ରୁ ୨ ଶହରୁ ଉର୍ଦ୍ଧ୍ବ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
