August 28, 2026

ବିଭିନ୍ନ ଶିକ୍ଷାନୁଷ୍ଠାନରେ ନେତାଜୀ ଜୟନ୍ତୀ ପାଳିତ…

uygtui
Share


ବୁଗୁଡା :  ବୁଗୁଡ଼ା ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାରେ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି । ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା
ମନ୍ଦିର ପକ୍ଷରୁ ସ୍ବପରିସରରେ ପ୍ରଧାନାଚାର୍ଯ୍ୟ ଉତ୍ତମ କୁମାର ମହାରଣାଙ୍କ ପୌରହିତ୍ଯରେ ଅନୁଷ୍ଠିତ ନେତାଜୀ ଜୟନ୍ତୀ ପାଳନ କାର୍ଯ୍ୟକ୍ରମରେ ଅତିଥି ଭାବେ ପରିଚାଳନା ସମିତି ସଭାପତି ବ୍ରଜ କିଶୋର ପାଢ଼ୀ ଓ ସମ୍ପାଦକ ରମେଶ ଚନ୍ଦ୍ର ଆଲଟିଆ ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ସ୍ବାଧୀନତା ଆନ୍ଦୋଳନରେ ସୁବାସ ଚନ୍ଦ୍ର ବୋଷଙ୍କ ପରାକ୍ରମୀ ଭୂମିକା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପରିଶେଷରେ ଗୁରୁମା ହରପ୍ରିୟା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ନିୟୁ ଏରା ପବ୍ଲିକ୍ ସ୍କୁଲରେ ଉପାଧ୍ୟକ୍ଷ ଅନିରୁଦ୍ଧ ଗୌଡ଼ଙ୍କ ଅଧ୍ୟକ୍ଷତାରେ , ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ କୃଷ୍ଣପ୍ରିୟା ମହାରଣାଙ୍କ ତତ୍ତ୍ବାବଧାନରେ ଏବଂ ବୁଦ୍ଧଗିରି ବିଦ୍ୟାପୀଠରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଭୁତି ଭୂଷଣ ପ୍ରଧାନଙ୍କ ସଭାପତିତ୍ବରେ ନେତାଜୀ ଜୟନ୍ତୀ ପାଳିତ ହୋଇଥିଲା। ଅନ୍ଯପକ୍ଷରେ ବୁଗୁଡ଼ା ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ନେତାଜୀ ଜୟନ୍ତୀ ପାଳନ ଅବସରରେ ପ୍ରତିଯୋଗିତାମାନ କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।