କମ୍ରେଡ ବିନୋଦ ମିଶ୍ରଙ୍କ ୨୭ ତମ ଶ୍ରଦ୍ଧାଞ୍ଜଳି ଦିବସ ପାଳନ

କୋଲନରା:(ସଞ୍ଜୀବ କଣ୍ଡାଗରୀ ): କୋଲନରା ବ୍ଲକ ଅନ୍ତର୍ଗତ ଝୋରଡି ଗ୍ରାମ ପଞ୍ଚାୟତର ତଳ ସିକାବାଡି ଗ୍ରାମ ଠାରେ ସିପିଆଇ ଏମଏଲ ଲିବରେସନ ପକ୍ଷରୁ ପୂର୍ବତନ ସମ୍ପାଦକ ତଥା କ୍ରାନ୍ତିକାରୀ ନେତା କମ୍ରେଡ ବିନୋଦ ମିଶ୍ରଙ୍କ ୨୭ ତମ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରାଯାଇଛି | ଏହି ଅବସରରେ ଡବଲ ଇଞ୍ଜିନ କଥା କହୁଥିବା ବିଜେପି ସରକାରଙ୍କ ମନୋମୁଖୀ ଶାସନକୁ ଦୃଢ଼ ପ୍ରତିବାଦ କରାଯାଇଥିଲା | ସବକା ସାଥ ସବକା ବିକାଶ କହୁଥିବା ବିଜେପି ସରକାର ଆଦିବାସୀ ଓ ଦଳିତ ଲୋକଙ୍କ ଘର ,ଜଳ,ଜମି,ଜଙ୍ଗଲ ଉପରେ ବୁଲଡୋଜର ଲଗାଇ ଉଛେଦ କରିବା, ବେଆଇନ ୪ଟି ଶ୍ରମ ଆଇନ ଲାଗୁ କରିବା, କୃଷି ଉତ୍ପାଦନର ଲାଭ ଜନକ ଦରବୃଦ୍ଧି ନ ପାଇବା, ଏନଆରଜିଏ ଆଇନକୁ ହତ୍ଯା କରିବା, ଆଦିବାସୀ ଓ ଗରିବ ଲୋକଙ୍କ ସିଲିଂ ଜମି ଲୁଚାଇ ରଖିବା, ଜମି, ଜଳ, ଜଙ୍ଗଲକୁ ଆମ୍ବାନି ଓ ଆଦାନିକୁ ଦେବା ପାଇଁ ସହଯୋଗ କରିବା ସମ୍ପର୍କରେ ପ୍ରତିବାଦ କରାଯାଇଥିଲା | ଯଦି ବିଜେପି ସରକାର ଉପରୋକ୍ତ ସମସ୍ତ ବିଷୟକୁ ଗୁରୁତ୍ଵ ନ ଦିଏ ତାହେଲେ ୨୦୨୬ ଜାନୁଆରୀ ମାସରୁ ଜୋରଦାର ବିରୋଧ କରି ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ ଚେତାବନୀ ଦେଇଥିଲେ | ଏଥିରେ ବ୍ଲକ ସମ୍ପାଦକ ଶିବ କୁମାର ହୁଇକା, ଝୋରଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ଅନିରୁଦ୍ଧ ନିଶିକା ସିମାଦ୍ରି ପାତିକା, ମୁରଲୀ ମୁଟୁକା, ମେଦିରି ଗର୍ଡିଆ, ମୋହନ ପାତିକା, ବୁଡୁ ତୋଇକା, ସୁଲୋଚନା ମୁଟୁକା, ପଦ୍ମିନୀ ମଣ୍ଡାଙ୍ଗି, ଆଚାନା ମଣ୍ଡାଙ୍ଗି, ଲିଙ୍ଗରାଜ ପେଦେଣ୍ଟି ଓ ଅଷ୍ଟମ ଉଲକା ପ୍ରମୁଖ ଉପସ୍ଥିତ ରହି ନିଜର ଅଧିକାର ନିଜେ କେମିତି ପାଇବେ ତାହା ଆଲୋଚନା ହୋଇଥିଲା |
