July 29, 2026

ଶ୍ରୀଶ୍ରୀଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୮ତମ ଆବିର୍ଭାବ ମହୋତ୍ସବ ଓ ଝଙ୍କଡ଼ ସତସଙ୍ଗ କେନ୍ଦ୍ର ର ବାର୍ଷିକ ଉତ୍ସବ ପାଳିତ

IMG-20251221-WA0086
Share


ତିର୍ତ୍ତୋଲ :-୨୧/୧୨-ତିର୍ତ୍ତୋଲ ବ୍ଲକ ଝଙ୍କଡ଼ ସତସଙ୍ଗ କେନ୍ଦ୍ର ପରିସରରେ ଶ୍ରୀଶ୍ରୀଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୮ ତମ ଆବିର୍ଭାବ ଉତ୍ସବ ଏବଂ ପରମ ପୂଜ୍ୟପାଦ ଶ୍ରୀଶ୍ରୀ ଆଚାର୍ଯ୍ୟଦେବ ଙ୍କ ଶୁଭାଗମନ ପ୍ରଥମବାର୍ଷିକ ସ୍ମରଣ ଉତ୍ସବ ଉପଲକ୍ଷେ,ସାରା ଦିବସ ବ୍ୟାପି ବିବିଧ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି।ବେଦ ମାଙ୍ଗଳିକ ଓ ନହବତ,ଉଷାକୀର୍ତନ, ସମବେତ ପ୍ରାତଃ ବିନୀତି ପ୍ରାର୍ଥନା,ସତ ଗ୍ରନ୍ଥ ପାଠ, ସଂଗୀତାଞ୍ଜଳି, ପ୍ରସାଦ ବିତରଣ,ସତସଙ୍ଗ ସଦାଲୋଚନା,ପ୍ରସାଦ ସେବନ, ମାତୃସମ୍ମିଳନୀ, ଦୀକ୍ଷା ପତ୍ର କାର୍ଯ୍ୟକ୍ରମ, ସମବେତ ବିନତି ପ୍ରାର୍ଥନା, ଭଜନ କୀର୍ତ୍ତନ ଆଲୋଚନା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଚିତ୍ରାନୁଷ୍ଠାନ,ପ୍ରସାଦ ସେବନ, ଆତସବାଜି ପ୍ରଦର୍ଶନ ପ୍ରଭୁତି କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ସତସଙ୍ଗ ରେ ସ. ପ୍ର. ଋ.ରତ୍ନାକର ନାୟକ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଆଲୋଚକ ଭାବେ ପ୍ରାଣୀ ଚିକିତ୍ସା ବିଭାଗ ର ସହ ନିର୍ଦେଶକ ଡ଼ଃ. ଅଶୋକ କୁମାର ତ୍ରିପାଠୀ, ଉତ୍ସବ କମିଟି ର ସଭାପତି ସ.ପ୍ର.ଋ.ସାରଦା ପ୍ରସନ୍ନ ଦାଶ,ସମ୍ପାଦକ ସତ୍ୟବାନ ତ୍ରିପାଠୀ, ପଣ୍ଡିତ ହୃଷିକେଶ ଆଚାର୍ଯ୍ୟ, ନିଖିଲେଶ୍ୱର ଗିରି, ଗୋପାଳ ଦାଶ, ଧୀରେନ କୁମାର ରାଉତ, ଶରତ ଚନ୍ଦ୍ର ସ୍ବାଇଁ, ବିଜୟ କୁମାର ମାଦେଳି, ଡମ୍ବରୁଧର ଦାସ ପ୍ରମୁଖ ଯୋଗଦେଇ ଥିଲେ।ମାତୃସମ୍ମିଳନୀ ରେ ପ୍ରତିଭା ମିଶ୍ର ଯୋଗଦେଇ ଶ୍ରୀଶ୍ରୀଠାକୁରଙ୍କ ମାତୃଜାତି ପ୍ରତି ଥିବା ବାଣୀ ସମ୍ପର୍କରେ ଆଲୋଚନା କରିଥିଲେ।ପିଲାମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପରିବେଷଣ କରା ଯାଇଥିଲା ।କାର୍ଯ୍ୟକ୍ରମକୁ କେନ୍ଦ୍ର ପରିଚାଳକ କ୍ୟାପଟେନ ଜ୍ଞାନଜ ସାମନ୍ତରାୟ ଓ ସ୍ଥାନୀୟ ଭାଇ ମାନେ ପରିଚାଳନା କରିଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed