ଗାୟତ୍ରୀ ମହାବିଦ୍ୟାଳୟ ରେ ଜାତୀୟ ଫାର୍ମାସି ସପ୍ତାହ ପାଳିତ

ଗୁଣୁପୁର(ସୁରେନ୍ଦ୍ର ମହାନ୍ତି )ସ୍ଥାନୀୟ ରେଗେଡା ସ୍ଥିତ ଫାର୍ମାସି ବୈଷୟିକ ମହାବିଦ୍ୟାଳୟ ରେ ଫାର୍ମାସିଷ୍ଟ ଆଡ଼ଭୋକେଟ ଫର ଭେକସିନସନ ବିଷୟ ବସ୍ତୁ କୁ ନେଇ ଆଲୋଚନା ଚକ୍ର ଉଦଯାପିତ ହୋଇ ଯାଇଛି। ଅନୁଷ୍ଠାନ ର ଚେୟାରମେନ ଅକ୍ଷୟ ଦାଶ,ସମ୍ପାଦକ ସଞ୍ଜୟ ସାହୁ ଏବଂ ବିଶିଷ୍ଟ ଅତିଥି ଭାବେ ଉପଖଣ୍ଡ ଚିକିତ୍ସାଳୟ ର ନବ ନିଯୁକ୍ତ ସୁପରିଟେଣ୍ଡାଣ୍ଟ ଡା.ଶ୍ରୀକାନ୍ତ କୁମାର ଜେନା,ସମ୍ମାନୀୟ ଅତିଥି ଭାବେ ଓଡିଶା ଫାର୍ମାସିଷ୍ଟ ସର୍ଭିସ
ଆସୋସିଏସନ ର ପଦାଧିକାରୀ ସନ୍ତୋଷ ପାତ୍ର,ପ୍ରମୋଦ କୁମାର ସାହୁକାର,ଲକ୍ଷ୍ମଣ ବାଗ,ପ୍ରଶାନ୍ତ ପରିଡା ଓ ସୂର୍ଯ୍ୟନାରାୟଣ ପଣ୍ଡା ଯୋଗ ଦେଇ ଜାତୀୟ ଟୀକା କରଣ ରେ ଫାର୍ମାସିଷ୍ଟ୍ ଙ୍କ କର୍ତ୍ତବ୍ୟ,ସେବା ଓ ଯୋଗଦାନ ସମ୍ପର୍କରେ ଆଲୋକ ପାତ କରିଥିଲେ।ଅନୁଷ୍ଠାନ ର ପ୍ରିନସିପାଲ ଡ଼ଃ.କାଂହୁ ଚରଣ ପାଣିଗ୍ରାହୀ ଫାର୍ମାସି ସପ୍ତାହ ପାଳନ ର ଉଦ୍ଧେଶ୍ୟ ଜ୍ଞାପନ କରିଥିବା ବେଳେ ଅଧ୍ୟାପିକା ରଶ୍ମିତା ପାଣିଗ୍ରାହୀ ସ୍ୱାଗତ ଭାଷଣ ଦେଇଥିଲେ।ପ୍ରଫେସର ଅର୍ଚ୍ଚନା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ସମସ୍ତ କର୍ମଚାରୀ, ଛାତ୍ର,ଛାତ୍ରୀ ମାନେ ମିଳିତ ଭାବେ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା।
