April 24, 2026

ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଙ୍କର ମୃତ୍ୟୁ ପଛର ଷଡଯନ୍ତ୍ର କାରୀ ଓ ତାଙ୍କ ମାଆ ଙ୍କୁ ଅଶାଳୀନ ବ୍ୟବହାର ଓ ଆକ୍ରମଣ କାରୀଙ୍କୁ ଗିରଫ ସହ ତୁରନ୍ତ ମାମଲାର ବିଚାର ପାଇଁ ଭାରତୀୟ ଜାତୀୟ ମାନବିକ ଅଧିକାର କମିଶନ ନୂଆଦିଲ୍ଲୀ ଙ୍କ ନିକଟରେ ମାମଲା ରୁଜୁ କରିଲା “ଉତ୍କଳୀୟମ୍ ଫାଉଣ୍ଡେସନ”

IMG-20251122-WA0014
Share

 

ଭୁବନେଶ୍ୱର(ମାନସ ରଞ୍ଜନ କର)

ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଚର୍ଚ୍ଚିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ନେଇ ଆରୋପ ପ୍ରତ୍ୟାରୋପ ଲାଗି ରହିଛି।ହ୍ୟୁମାନ ଙ୍କ ମାଆ ପୂର୍ବରୁ ଅଭିଯୋଗ ଆଣିଥିଲେ ଯେ ତାଙ୍କ ପୁଅକୁ ବ୍ୟବହାର କରାଯାଇଛି ଏବଂ ଜାଣି ଜାଣି ମାରି ଦିଆଯାଇଛି।ଏହି ଘଟଣାରେ ଓଡିଶାର ପ୍ରତିଷ୍ଠିତ ଏକ ସାମାଜିକ ସଂଗଠନ “ଉତ୍କଳୀୟମ୍ ଫାଉଣ୍ଡେସନ” ତରଫରୁ ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କର ମୃତ୍ୟୁ ପଛର ଷଡଯନ୍ତ୍ରକାରୀ ଓ ତାଙ୍କ ମାଆଙ୍କୁ ଅଶାଳୀନ ବ୍ୟବହାର ଓ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ ସହ ମାମଲାର ଉପଯୁକ୍ତ ବିଚାର ପାଇଁ,ଭାରତୀୟ ଜାତୀୟ ମାନବିକ ଅଧିକାର କମିଶନ,ନୂଆଦିଲ୍ଲୀଙ୍କ ନିକଟରେ ମାମଲା ରୁଜୁ ହୋଇଅଛି ଓ ଯାହାର କେଶ ଡାଏରୀ ନମ୍ବର – ୨୭୦୨୨/ ଆଇ ଏନ୍/୨୦୨୫ ଅଟେ।ଉକ୍ତ ପିଟିସନରେ କୁହାଯାଇଛି ଯେ ଷଡଯନ୍ତ୍ର କରି ହ୍ୟୁମାନଙ୍କୁ ମାରି ଦିଆଯାଇଛି ଓ ଏହାକୁ ହତ୍ୟାର ଅଭିଯୋଗ କରି ଆସୁଥିବା ତାଙ୍କ ମାଆଙ୍କୁ ବି ଅଶାଳୀନ ଭାଷାରେ ବି ଗାଳିଗୁଲଜ ସହ ଆକ୍ରମଣର ମଧ୍ୟ ଅଭିଯୋଗ ହୋଇଛି।ତତ୍ ସହିତ ମାନ୍ୟବର ଅଦାଲତରେ ନିକଟରେ ‘ଉତ୍କଳୀୟମ୍ ଫାଉଣ୍ଡେସନ’ର ଅଧ୍ୟକ୍ଷ ତଥା ଆଇନଜୀବି ରାଜୀବ ଲୋଚନ ପ୍ରଧାନଙ୍କ ତରଫରୁ ପ୍ରାର୍ଥନା ହୋଇଅଛି କି,ଉକ୍ତ ଘଟଣାରେ ସଂଶ୍ଳିଷ୍ଟ ଦୋଷୀ ମାନଙ୍କୁ ତୁରନ୍ତ ଗିରଫ ସହ ସ୍ବର୍ଗତ ହ୍ୟୁମାନ ସାଗର ଙ୍କ କଷ୍ଟ ଅର୍ଜିତ ଆୟକୁ ତୁରନ୍ତ ତାଙ୍କ ପରିବାରକୁ ପ୍ରଦାନ ସହ ତତ୍ ସହିତ କ୍ଷତିପୂରଣ ସ୍ୱରୂପ ୫୦ ଲକ୍ଷର କ୍ଷତିପୂରଣ ରାଶି ବି ତାଙ୍କ ପରିବାରକୁ ପ୍ରଦାନ କରାଯାଉ।