April 27, 2026

ଯୋସେଫ୍ ଜନ୍‌ସନ ବାରାଙ୍କ ୨୫ ତମ ତିରୋଧାନ ସ୍ମୃତିସଭା

IMG-20251122-WA0004
Share

 

✓ ଯୋସେଫ୍ ଜନ୍‌ସନ ବାରା, ପ୍ରଜାତନ୍ତ୍ର ଖବର କାଗଜର ସାମ୍ବାଦିକ, ମୁଖ୍ୟାତ, ସତ୍ୟପ୍ରିୟ ସାମାଜିକ ନ୍ୟାୟର ସଂଗ୍ରାମୀ ତଥା ଜନସଚେତକଙ୍କ ୨୫ ତମ ତିରୋଧାନ ସ୍ମୃତିସଭା ଚଳିତ ୨୦୨୫ ନଭେମ୍ବର ମାସ ୧୮ ତାରିଖ ପୂର୍ବାହ୍ନ ଘ. ୧୦:୩୦ ମିନଟ ସମୟରେ ରାୟଗତ ସ୍ଥିତ ବିଜୁ ପଟ୍ଟନାୟକ ଅଡିଟରିୟମ୍‌ ଠାରେ ମହାସମାରୋହରେ ପାଲିତ ହେଇଯାଇଛି।

 

ଏହି ସମାରୋହରେ ରାଜନେତା, ପ୍ରଶାସନିକ ଅଧିକାରୀ ଓ ପୋଲିସ ପ୍ରଶାସନିକ ଅଧିକାରୀ, ସାମ୍ବାଦିକ , କଳାକାର ଓ କଳାହାଣ୍ଡି ଓ ରାୟଗଡ଼ାର ଜନସାଧାରଣ ଯୋଗ ଦେଇଥିଲେ।

 

ସ୍ମୃତିସଭାରେ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ସଞ୍ଜିବ କୁମାର ପଣ୍ଡା, (ଭା.ପୋ.ସେ), ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ, ଓଡିଶା ସରକାର, ଡଃ କନୱର ଲାଲ୍ ସିଂ, (ଭା.ପୋ.ସେ), ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି, ଓଡିଶା ସରକାର: ଶ୍ରୀଯୁକ୍ତ ବିରେନ୍ଦ୍ର କର୍କରା,(ଭା.ପ୍ର.ସେ), ନିର୍ଦ୍ଦେଶକ, ଉଚ୍ଛଶିକ୍ଷା, ଓଡିଶା ସରକାର: ଶ୍ରୀଯୁକ୍ତ ରବିନ୍ଦ ନାଥ ପଣ୍ଡା(ଭା.ପୋ,ସେ), ଆରକ୍ଷୀ ଅଧିକ୍ଷକ, ଦୁର୍ନୀତି ନିବାରଣ, ଜୟପୁର: ସାତୀ ଏସ୍ କୁମାର, (ଭା.ପୋ.ସେ). ଆରକ୍ଷୀ ଅଧିକ୍ଷକ, ରାୟଗଡ: ଶ୍ରୀଯୁକ୍ତ ମଜହର ବେଗ୍, ସିଇଓ, ଆଦିତ୍ୟ ବିର୍ଲା, କଂଶାରିଗୁଡା, କାଶୀପୁର, ଶ୍ରୀଯୁକ୍ତ ରବିରଥ, ସମ୍ପାଦକ, ନବୀନ ଓଡିଆ ଖବର କାଗଜ, ବ୍ରହ୍ମପୁର, ଓଡିଶା, ଡଃ ରମେଶ କୁମାର ବେହେରା, ସମ୍ପାଦକ, ସମୀକ୍ଷା ନ୍ୟୁଜ ଚାନେଲ, ଭୁବନେଶ୍ଵର

ଶ୍ରୀ ବାଦଲ କୁମାର ତା(ବରିଷ୍ଠ ସାମ୍ବାଦିକ) ସଭାପତି, ଶ୍ରୀ ଅନୁବ୍ରତ ବାରା(ବରିଷ୍ଠ ସାମ୍ବାଦିକ),ଅଧକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ

ଯୋସେଫ୍ ଜନ୍‌ସନ ବାରା ମେମୋରିଆଲ ଟ୍ରଷ୍ଟ ରାୟଗଡ଼, ଓଡିଶା ଉପସ୍ଥିତ ଥିଲେ।

ଯୋସେଫ୍ ଜନ୍‌ସନ ବାରାଙ୍କ ୨୫ତମ ତିରୋଧାନ ସ୍ମୃତି ସମାରୋହ ରେ ଅନେକ ଅତିଥିଙ୍କୁ ଉତ୍ତରୀୟ ସହ ସମ୍ବଦ୍ଧନାପତ୍ର ପ୍ରଦାନ କରାଯାଇଥିଲା, ଯେଉଁଥିରେ ଶ୍ରୀଯୁକ୍ତ ବିଶ୍ବନାଥ ମାଣ୍ଡିକା, ସାମ୍ବାଦିକ ନିୟମଗିରି, ଜିଲ୍ଲା-ରାୟଗଡଙ୍କ ସମ୍ବର୍ଦ୍ଧନା ପତ୍ରରେ ଉଲ୍ଲେଖ ଥିଲା

 

ଓଡିଶା ମାଟିର ଆପଣ ସୁଯୋଗ୍ୟ ସନ୍ତାନ, ଜଣେ ନିର୍ଭିକ, ନିରପେକ୍ଷ, ଛୋଟ ଓ ନିଷ୍ଠାପର ସାମ୍ବାଦିକ ଭାବେ ସମାଳରେ ସୁ-ପରିଚିତ । ପାହଡ, ପର୍ବତ ଓ ଜଙ୍ଗଲ ଘେରର ନିୟମଗିରି ପାଦଦେଶର ଡଙ୍ଗରିଆ ସଂପ୍ରଦାୟର ପ୍ରଥମ ସାମ୍ବାଦିକ ଭାବେ ଯୋଗଦାନ ସାମ୍ବାଦିକ କ୍ଷେତ୍ରରେ ସମ୍ବାଦ ପରିବେଶଣ କରି ସମାଳ ଓ ଅଞ୍ଚଳର ବିକାଶ ଦିଗରେ ଆପଣଙ୍କ ପଦକ୍ଷେପ ଅତୁଳନୀୟ । ବିଭିନ୍ନ ଅନୁଷ୍ଠାନରେ ସାମିଲହୋଇ ଲୋକଙ୍କ ସେବାରେ ନିଜକୁ ସାମିଲ କରିଥିବାରୁ ବିଭିନ୍ନ ଅନୁଷ୍ଠାନ ମାନଙ୍କ ତରଫରୁ ସମ୍ମାନିତ ହୋଇ ସୁନାମଧନ୍ୟ ପ୍ରତିଭାର ଅଧିକାରୀ ହୋଇପାରିଛନ୍ତି ।

 

ଆଜିର ଏହି ପବିତ୍ର ସମାରୋହରେ ପ୍ରଜାତନ୍ତ୍ର ଦୈନିକ ଓଡିଆ ଖବର କାଗଜର ନିର୍ଭିକ, ନିରପେକ୍ଷ, ଛୋଟ ସାମ୍ବାଦିକ, ସଂଗ୍ରାମୀ ତଥା ଜନସଚେତକ ଯୋସେଫ୍ ଜନ୍‌ସନ ବାରାଙ୍କ ୨୫ ତମ ତିରୋଧାନ ସ୍ମୃତି ସମାରୋହ ଅବସରରେ ଯୋସେଫ୍ ଜନ୍‌ସନ ବାରା ମେମୋରିଆଲ୍ ଟ୍ରଷ୍ଟ, ରାୟଗଡ, ଆପଣଙ୍କ ଭଳି ପ୍ରତିଭାଧାରୀଙ୍କୁ ନିୟମଗିରି ପାଦଦେଶର ପ୍ରଥମ ଡଙ୍ଗରିଆ ସାମ୍ବାଦିକ ଭାବେ ସମ୍ବନ୍ଧିତ କର ଅପାର ଆନନ୍ଦ ଅନୁଭବ କରିବା ସଙ୍ଗେ ସଙ୍ଗେ ଆପଣଙ୍କ ଦୀର୍ଘ ନିରାମୟ ଜୀବନ କାମନା କରୁଛୁ ।

କାର୍ଯକ୍ରମ ର ଶେଷ ଭାଗରେ ସାଂସ୍କୃତିକ କାର୍ଯକ୍ରମ ତଥା ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା।

 

ଲାଞ୍ଜିଗଡ଼ ରୁ ପୁରନ୍ଦର ଦଣ୍ଡସେନା ଙ୍କ ରିପୋର୍ଟ ନିଉଜ୍ ଉପାନ୍ତ ଖବର