ଟ୍ରାକ୍ଟର ଦୁର୍ଘଟଣାରେ ନାବାଳକ ମୃତ..
ପାତ୍ରପୁର ବ୍ଲକ କେଲୁଆ ନିକଟ କେନାଲ ପାର୍ଶ୍ଵରେ ଟ୍ରାକ୍ଟର ଦୁର୍ଘଟଣାରେ ନାବାଳକ ମୃତ ହୋଇଥବା ଜଣାପଡିଛି। ମୃତକ ଜଣକ ହେଲେ କେଲୁଆ ଗ୍ରାମର କ୍ଷୀରସିନ୍ଧୁ ସାହୁଙ୍କ 12 ବର୍ଷର ପୁଅ ସମ୍ବୁ ସାହୁ ବୋଲି ଜଣାପଡିଛି। ସମୁ କେନାଲକୁ ଗାଧୋଇବା ପାଇଁ ଯାଇଥିଲେ କେନାଲ ନିକଟରେ ଟ୍ରାକ୍ଟଟି ସମ୍ବୁକୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପାତ୍ରପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ପାରେ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଥିଲା କିନ୍ତୁ ସମ୍ବୁଙ୍କର ସନ୍ଧ୍ୟାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ପାଇ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।ଚିକିଟି, ଶୁଭଶ୍ରୀ ପ୍ରଧାନ
