October 24, 2026

ରେମତାରେ ସାର୍ବଜନୀକଦୁର୍ଗା ପୂଜା ଉପଲକ୍ଷେ ନୃତ୍ୟ ପ୍ରତିଯୋଗୀତା

IMG-20261022-WA0015
Share

 

 

ବରପାଲି-୨୨/୧୦(ସୁଦାମ ଦୀପ)ବରଗଡ଼ ଜିଲ୍ଲା ବରପାଲି ବ୍ଲକଅନ୍ତର୍ଗ ଲୋକକଳାର

ପ୍ରାଣକେନ୍ଦ୍ର ଭାବେ ପରିଚିତ ରେମତା ଗାଁର ସାର୍ବଜନୀନ ଜଗତ ଜନନୀ ମା’ ଦୁର୍ଗାଙ୍କ ପୂଜା ଅବସରରେ ଦୁଆରପଲ ମନ୍ଦିର ପଡ଼ା ଠାରେ ଏକ ବର୍ଣ୍ଣାଢ୍ୟ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନୃତ୍ୟଗୁରୁ ଆଶୁତୋଷ ଛତର ମୁଖ୍ୟ ଅତିଥି ତଥା ବିଚାରକ ଭାବେ ଯୋଗଦାନ କରିଥିବା ବେଳେ,ନାଟ୍ୟଶ୍ରୀ ହର୍ଷ ବେହେରା ଓ ଡ୍ରାମା ଅଭିନେତା ପ୍ରଦୀପ୍ତ ବାରିକ ସମ୍ମାନିତ ଅତିଥି ତଥା ବିଚାରକ ଭାବେ ମଞ୍ଚାସୀନ ଥିଲେ। ଏହି ଅବସରରେ ମତବ୍ୟକ୍ତ କରି ଅତିଥିମାନେ କହିଥିଲେ ଯେ, “କଳାର ମୃତ୍ୟୁ ନାହିଁ। କଳା ଚିରନ୍ତନ ଓ ଶାଶ୍ୱତ।” ପୂଜା ଅବସରରେ ଏଭଳି ନୃତ୍ୟ ପ୍ରତିଯୋଗିତା ନୂଆ ପିଢ଼ି ଭିତରେ କଳା ପ୍ରତି ଆଗ୍ରହ ବଢ଼ାଇବ ବୋଲି ସେମାନେ କହିଥିଲେ। ଏକକ ନୃତ୍ୟ

ପ୍ରତିଯୋଗିତାରେ ଶ୍ରୀୟା ସାହୁ ପ୍ରଥମ ସ୍ଥାନ, ଆରୁଷି ସାହୁ ଦ୍ୱିତୀୟ ସ୍ଥାନ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ଦଳଗତ ନୃତ୍ୟରେ ଏଏମ୍.କେ ଡ୍ୟାନ୍ସ ଗ୍ରୁପ୍ ପ୍ରଥମ, ବ୍ଲାକ ଟାଇଗର ଡ୍ୟାନ୍ସ ଗ୍ରୁପ୍ ଦ୍ୱିତୀୟ ଓ ନନ୍ଦିତା ଡ୍ୟାନ୍ସ ଗ୍ରୁପ୍ ତୃତୀୟ ସ୍ଥାନ ଅଧିକାର କରି ଅତିଥିମାନଙ୍କ କରକମଳରୁ ପୁରସ୍କୃତ ହୋଇଛନ୍ତି। ସଭା କାର୍ଯ୍ୟକ୍ରମକୁ ପରେଶ ପ୍ରଧାନ ପରିଚାଳନା କରିଥିବା ବେଳେ ନୃତ୍ୟ ପ୍ରତିଯୋଗିତାକୁ ସଂଯୋଜନା କରିଥିଲେ ସନ୍ତୋଷ ବାଗ। ଏହି ଅବସରରେ ଦୁର୍ଗା ପୂଜା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଶାରୀରିକ, ମାନସିକ ଓ ଆର୍ଥିକ ସାହାଯ୍ୟ ସହଯୋଗ କରିଥିବା ବ୍ୟକ୍ତିବିଶେଷ, ଦଳ ଓ ପ୍ରତିଭାମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଏଠାକାର ରାବଣ ପୋଡ଼ି ଉତ୍ସବ ଗାଁ ଓ ଆଖପାଖ ଅଞ୍ଚଳ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

ପୂଜା ମହୋତ୍ସବ କମିଟିର ଅଙ୍ଗଦ ପ୍ରଧାନ, ପ୍ରଦୀପ ପ୍ରଧାନ, ସତ୍ୟାନନ୍ଦ ପ୍ରଧାନ, ଗୋପାଳ ପ୍ରଧାନ, ସୁଶାନ୍ତ ପ୍ରଧାନ, ଅଶୋକ ଗଡ଼ତିଆ, ପଣ୍ଡିତ ଉଦ୍ଧବ ଚରଣ ଦେବତା, ବିକାଶ ପ୍ରଧାନ ଓ ଅଶୋକ ପ୍ରଧାନ ତଥା ପଡ଼ାବାସୀ ସମସ୍ତ କାର୍ଯ୍ୟକ୍ରମକୁ ସହଯୋଗ କରି ସଫଳ କରିଥିଲେ।