ଉମରକୋଟ ଠାରେ ଦୁର୍ଗା ମାଁଙ୍କୁ ବିଦାୟ ଦେବା ବେଳେ ବଙ୍ଗୀୟ ମହିଳା ମାନେ ଉତ୍ସବ ପାଳନ କରନ୍ତି ସିନ୍ଦୂର୍ ଖେଲା, ହଜାର ହଜାର ବର୍ଷର ପରମ୍ପରା ଏବେବି ବଜାୟ ରହିଛି………
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଆଜି ହେଉଛି ବିଜୟ ଦଶମୀ। ମାଁ ଦୁର୍ଗା ଧର। ପୃଷ୍ଠାରୁ ବିଦାୟ ନେବେ। ଏହି ଅବସରରେ ବଙ୍ଗୀୟ ମହିଳା ମାନେ ମାଁ ଙ୍କୁ ବିଦାୟ ଦେବା ପାଇଁ ବଙ୍ଗୀୟ ପରମ୍ପରା ଅନୁଯାୟୀ ଏକ ସ୍ୱତନ୍ତ୍ର ଉତ୍ସବ ପାଳନ କରନ୍ତି ଯାହାକୁ ବଙ୍ଗୀୟ ଭାଷାରେ କୁହ।ଯାଏ ସିନ୍ଦୂର୍ ଖେଲା। ବଙ୍ଗୀୟ ବିବାହିଁତ ମହିଳା ମାନେ ହିଁ ଉତ୍ସବକୁ ପାଳନ କରନ୍ତି ଓ ହଜାର ହଜାର ବର୍ଷ ଧରି ଏକ ପରମ୍ପରାକୁ ପାଳନ କରି ଆସୁଛନ୍ତି। ପରମ୍ପରା ଅନୁଯାୟୀ ମାଁ ଏହି ନବରାତ୍ର ସମୟରେ ବାପା ଘରକୁ ଆସନ୍ତି। ଏହି ୫ ଦିନ ମାଁଙ୍କୁ ଲୋକେ ବିଭିନ୍ନ ପ୍ରକାରର ପୂଜା କରିବା ସହ ମାଁଙ୍କଠାରୁ ଆଶୀର୍ବାଦ ଗ୍ରହଣ କରନ୍ତି। ଆଜି ବିଜୟ। ଦଶମୀ ଦିନ ମା ଦୁର୍ଗା ପୁଣି ନିଜ ଶାଶୁ ଘରକୁ ପ୍ରତ୍ୟାବର୍ତ୍ତନ କରନ୍ତି। ଏହି ଦିନରେ ବଙ୍ଗୀୟ ବିବାହିତ ମହିଳା ମାନେ ଘରୁ ସିନ୍ଦୂର ଆଣି ପ୍ରଥମେ ମାଁଙ୍କ ପାଦରେ ସ୍ପର୍ଶ କରି ମାଁଙ୍କୁ ମିଠା ଖୁଆଇବା ସହ ମଥା ଓ ଗାଲରେ ସିନ୍ଦୂର ଲଗାଇଥାନ୍ତି। ପରେ ଏହି ସିନ୍ଦୂର କୁ ଅନ୍ୟ ମହିଳାଙ୍କ ଗାଲ ରେ ଓ ମଥାରେ ସିନ୍ଦୂର ଲଗାଇ ସେମାନଙ୍କ ସୁଖ ଓ ସମୃଦ୍ଧି କାମନା କରିଥାନ୍ତି। ଏପରିକି କିଛି ବଙ୍ଗୀୟ ମହିଳା ଏହି ସିନ୍ଧୁରକୁ ବର୍ଷ ସାରା ଘରେ ରଖି ମଥାରେ ଲଗାଇଥାନ୍ତି। ମାଁ ଙ୍କୁ ଖୁସି , ଆନନ୍ଦ ଓ ଉଲ୍ଲାସର ବିଦାୟ ଦେବା ପାଇଁ ବଙ୍ଗୀୟ ମହିଳା ମାନେ ସିନ୍ଦୂରରେ ଖେଳିବା ସହ ମାଁ ଙ୍କ ସମୁଖରେ ନୂର୍ତ୍ୟୁ ପରିବେଷଣ କରିଥାନ୍ତି। ବଙ୍ଗୀୟ ମହିଳା ଙ୍କ ଏହି ପରମ୍ପରା ଦୀର୍ଘ ହଜାର ହଜାର ବର୍ଷ ଧରି ବଜାୟ ରଖିଛନ୍ତି। ଆଜି ଏହି ଅବସର ରେ ଉମରକୋଟ ରାମକୃଷ୍ଣ ମିଶନ ଆଶ୍ରମ ଠାରେ ଅନୁଷ୍ଠିତ ଦୁର୍ଗ। ପୂଜା ଠାରେ ଏହି କ୍ରାର୍ଯ୍ୟକ୍ରମ୍ ଅନୁଷ୍ଠିତ ହେଇଥିଲା। ଦୀର୍ଘ ୩ ଘଣ୍ଟା ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ସହର ର ଶତାଧିକ ବଙ୍ଗୀୟ ମହିଳା ମାନେ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ମିଶନ ର ସଭାପତି ରମେନ୍ଦ୍ର ବିଶ୍ୱାସ, ସମ୍ପାଦକ ତପନ ମଜୁମଦାର, କୋଷାଧ୍ୟକ୍ଷ ଶୁଭଙ୍କର ମାଝୀଙ୍କ ସମେତ ବହୁ ସଂଖ୍ୟାରେ ମିଶନର ସଭ୍ୟ ମାନେ ଉପସ୍ଥିତ ଥିଲେ।
