ବରଗଡ଼ ଜିଲ୍ଲା ହେଣ୍ଡବଲ୍ U19 ଦଳର ରାଉରକେଲା ଗସ୍ତ
ବରପାଲି -୨୨/୧୦
(ସୁଦାମ ଦୀପ)ଓଡିଶା ରାଜ୍ୟ ହ୍ୟାଣ୍ଡବଳ ଆଶ୍ସୋସିଏସନ ଆନୁକୂଲ୍ୟରେ 31ତମ ଜୁନିଅର ବାଳକ ଓ ବାଳିକା ହ୍ୟାଣ୍ଡବଳ ଟୁଣ୍ଣ।ମେଣ୍ଟ ଆସନ୍ତା ତା 23 /10/2026ରୁ 24/10/26ପ୍ରାୟ ଦୁଇ ଦିନଧାରୀ ରାଉରକେଲା ଠାରେ ଆୟୋଜିତ ହେବ ଏହି ଖେଳରେ ବରଗଡ଼ ଜିଲ୍ଲା ତରଫରୁ ବାଳକ ଦଳ ର 15 ଜଣ ଖେଳାଳୀ ଖେଳିବା ପାଇଁ ମନୋନୀତ ହୋଇଛନ୍ତି। ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ବରଗଡ ଜିଲ୍ଲା ହ୍ୟାଣ୍ଡ ବଳ ଆଶ୍ସୋସିଏସନ ର ସଭାପତି ଶ୍ରୀ କୁଶ କୁମ୍ଭାର ମହୋଦୟ, ଜିଲ୍ଲା ହ୍ୟାଣ୍ଡ ବଳ ଆଶ୍ସୋସିଏସନ ର ସମ୍ପାଦକ ପ୍ରଭାକର ଶିକା ଓ ଆସୋସିଏସନ ର ସମସ୍ତ କମିଟି ସଦସ୍ୟ ଶୁଭେଚ୍ଛା ଓ ଶୁଭକାମନା କରି ଖେଳାଳୀ ମାନଙ୍କ ସହିତ ଫଟୋ ଚିତ୍ର ହୋଇ ରାଉରକେଲା ଯିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି ବା ବିଜୟୀ କାମନା କରିଛନ୍ତି l
