April 27, 2026

ବାତ୍ୟାରେ ଫସଲ ନଷ୍ଟ ଆଶଙ୍କା, ଚିନ୍ତାରେ ମୋହନା ଅଞ୍ଚଳର ଚାଷୀ —

IMG-20241022-WA0043
Share

ବାତ୍ୟାରେ ଫସଲ ନଷ୍ଟ ଆଶଙ୍କା, ଚିନ୍ତାରେ ମୋହନା ଅଞ୍ଚଳର ଚାଷୀ —

ସମ୍ଭାବ୍ୟ ବାତ୍ୟା ’ଦାନା’ ପାଇଁ ଫସଲ ନଷ୍ଟ ଆଶଙ୍କାରେ ଚାଷୀକୁଳ।ସୂଚନା ଅନୁଯାୟୀ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ବାତ୍ୟାରେ ପରିଣତ ହୋଇ ତାଣ୍ଡବ ରଚିବାକୁ ଯାଉଥ‌ିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଫଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବା ନେଇ

ବିଭାଗ ଅନୁମାନ କରିଛି । ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବା ସହିତ ଫସଲ ହାନିକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ କୁଳ। କାରଣ ଧାନ ଫସଲ ଏବର୍ଷ ଭଲ ହୋଇଥ‌ିବା ବେଳେ ଅଧିକାଂଶ ଧାନ ଗଛରେ ଧାନ ବାହାରୁଛି କିମ୍ବା ବାହାରିବାକୁ ଯାଉଛି । ଏପରି ପରିସ୍ଥିତିରେ ଯଦି ମେଘ ପବନ ହୁଏ ତେବେ ଗଛ ସବୁ ପଡ଼ିଯିବ ଏବଂ ଏହା ଫଳରେ ଫସଲ ନଷ୍ଟ ହେବା ନିଶ୍ଚିତ ବୋଲି ସ୍ଥାନୀୟ ଚାଷୀ ମାନେ ମତ ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ମୋହନା ବ୍ଲକ ଅନ୍ତର୍ଗତ ବହୁ ତଳିଆ ଅଞ୍ଚଳ ଏକ ପ୍ରକାର ଜଳବନ୍ଦୀ ଅବସ୍ଥାକୁ ଆସିଯିବ ।

ଏଇ ଭାବନାକୁ ନେଇ ଚାଷୀମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି।କେବଳ ସେତିକି ନୁହେଁ ବାଡି ବଗିଚା, ରାସ୍ତାଘାଟ ସବୁକିଛି ଅସ୍ଵାଭାବିକ ଅବସ୍ଥାକୁ ଆସିଯିବ । ପ୍ରତି ବର୍ଷ ଲଗାଣ ବର୍ଷାରେ ଏହି ଅଞ୍ଚଳର ଚାଷୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏବେ ସମ୍ଭାବ୍ୟ ବାତ୍ୟା ଖବର ସେମାନଙ୍କୁ ଆତଙ୍କିତ କରିଥିବା ଜଣାଯାଇଛି। ଏହା କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସମେତ ବ୍ଲକ ପ୍ରଶାସନ ଏବଂ କୃଷି ବିଭାଗ ଅଧିକାରୀ ମାନେ ଯତ୍ନ ନେବା ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡିଛି।