August 26, 2026

ମୋହନା ବ୍ଲକ ପାଣ ଖ୍ରୀଷ୍ଟିଆନ ଯୁବ ସମାଜ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ —

IMG-20241022-WA0023
Share

ଗଜପତି ଜିଲ୍ଲା ମୋହନା ବ୍ଲକ ପାଣ ଖ୍ରୀଷ୍ଟିଆନ ଯୁବ ସମାଜ ପକ୍ଷରୁ ସ୍ଥାନୀୟ ହିଲ୍ ଟପ୍ ମହାବିଦ୍ୟାଳୟ ପ୍ରକୋଷ୍ଠରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ସ୍ଥାନୀୟ ବିଡିଓ ରାଜୀବ ଦାସ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଫିତା କାଟି ଉଦଘାଟନ କରିଥିଲେ। ବିଡିଓ ଙ୍କ ସମେତ ମହାବିଦ୍ୟାଳୟ ଅଧ୍ୟକ୍ଷ ଶୁଭ୍ରକାନ୍ତ ମହାନ୍ତି, ଅଧ୍ୟାପକ ଅନିଲ ତ୍ରିପାଠୀ ଙ୍କ ସମେତ ମୋହନା ଥାନାର ଅଧିକାରୀ ମାନେ ଉପସ୍ଥିତ ରହି ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ରକ୍ତ ଦାନ ଫଳରେ ବହୁ ନିରିହ ଜୀବନ ବଞ୍ଚି ଯାଉଥିବା ବିଡିଓ ନିଜ ବକ୍ତବ୍ୟରେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ଙ୍କୁ ବୁଝାଇଥିଲେ ଏବଂ ସମସ୍ତ ଙ୍କ ମଙ୍ଗଳ କାମନା କରିବା ସହ ଆୟୋଜକ ଅନୁଷ୍ଠାନର କର୍ମକର୍ତ୍ତା ଙ୍କୁ ଧନ୍ୟବାଦ ଜଣାଇଥିଲେ ରକ୍ତ ଦାନ ଶିବିର ଆୟୋଜନ କରିଥିବାରୁ।

You may have missed