April 27, 2026

ଉମରକୋଟ ବ୍ଲକ ଅନ୍ତର୍ଗତ ଖାଣ୍ଡା ଗ୍ରାମ ଠାରେ ଭତରା ସାଂସ୍କୃତିକ ଭବନର ଶୁଭ ଉଦଘାଟନ..

IMG-20241022-WA0012
Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) “ଭତରା ସାଂସ୍କୃତିକ ଭବନର ଶୁଭ ଉଦଘାଟନ” ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ସାଂସଦ ଜନାବ ମୁନ୍ନା ଖାଁ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିବା ବେଳେ, ସମ୍ମାନିତ ଅତିଥି ରୂପେ ପୂର୍ବତନ ସାଂସଦ ଶ୍ରୀ ପ୍ରଦୀପ ମାଝୀ ଯୋଗ ଦେଇଥିଲେ । ଏହି ସାଂସ୍କୃତିକ ଭବନ ନିର୍ମାଣ ନିମନ୍ତେ, ସାଂସଦ ପାଣ୍ଠି ରୁ ଜନାବ ମୁନ୍ନା ଖାଁ ୩ ଲକ୍ଷ ଟଙ୍କା, ଏବଂ ଶ୍ରୀ ପ୍ରଦୀପ ମାଝୀ ୫ ଲକ୍ଷ ଟଙ୍କା ର ଅନୁଦାନ ସହାୟତା ରାଶି ପ୍ରଦାନ କରିଥିବା ଜଣାପଡିଛି । ପୁନଶ୍ଚ ଏହାର ପାଚେରି ନିର୍ମାଣ ନିମନ୍ତେ ସମାଜ ପକ୍ଷରୁ ଆବେଦନ କରିବାରେ, ସାଂସଦ ମୁନ୍ନା ଖାନ ପୁନର୍ବାର ପାଞ୍ଚଲକ୍ଷ ଅନୁଦାନ ସହାୟତା ରାଶି ଦେବେ ବୋଲି କହିଛନ୍ତି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉମରକୋଟ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତି ସୁଶୀଳା ମାଝୀ, ଦେବିସିଂ ମାଝୀ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଭାଗିରଥି ନାୟକ, ଖାଣ୍ଡା ତଥା ଅଞ୍ଚଳା ସରପଞ୍ଚ ସର୍ବଶ୍ରୀ ରମେଶ ଭତରା, ଅର୍ଜୁନ ଭତରା, ଭତରା ସମାଜ ର ଉମରକୋଟ ବ୍ଲକ୍ ର ପୂର୍ବତନ ଏବଂ ବର୍ତ୍ତମାନ ର ସଭାପତି ସର୍ବଶ୍ରୀ ଡମ୍ବରୁଧର ପୂଜାରୀ ଏବଂ ବିଦୁର ପୂଜାରୀ , ସମ୍ପାଦକ ଶ୍ରୀ ସୁନାଧର ଭତରା ଙ୍କ ସମେତଅନ୍ୟାନ୍ୟ ସମ୍ମାନିତ ଅତିଥି ରୂପେ ବିଶିଷ୍ଟ ସମାଜସେବୀ କାଜମ ମଦାନୀ, ବରିଷ୍ଠ ସରକାରୀ ଓକିଲ ଶ୍ରୀନିବାସ ପଟ୍ଟନାୟକ, ଓକିଲ ସୁଧାଂଶୁ ସାଧୁ ଯୋଗଦେଇଥିଲେ ! ଏବଂ ଭତରା ସମାଜ ଉମରକୋଟ ଅଞ୍ଚଳ ର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତଥା ମହିଳା ସମାଜ ସେବୀ ମାନେ ଉପସ୍ଥିତ ଥିଲେ ।