November 15, 2024
Share

 

୧-୨୩ ଏବଂ ୨୫ ତାରିଖରେ ହେବାକୁ ଥିବା ଏନଆରଟିଏସ୍ ଏବଂ ପ୍ରାଥମିକ ବୃତ୍ତି ପରୀକ୍ଷା ଘୁଞ୍ଚିଛି।ପରୀକ୍ଷା ପୁଣି କେବେ ହେବ ସେନେଇ ବୋର୍ଡ ପରେ ଜଣାଇବ।

 

୨-ରାଜ୍ୟ କର୍ମଚାରୀଙ୍କୁ ଦୀପାବଳି ଭେଟି, ୩% DA ବଢ଼ାଇଲେ ସରକାର।ସରକାରୀ କର୍ମଚାରୀଙ୍କ ଡିଏ ୫୦%ରୁ ବଢ଼ି ୫୩% ହେଲା।

 

୩-ସାମ୍ଭାବ୍ୟ ବାତ୍ୟା ପାଇଁ ୧୪ ଜିଲ୍ଲାର ସ୍କୁଲ, ୨୩ରୁ ୨୫ ଯାଏଁ ଛୁଟି, ସରକାରୀ କର୍ମଚାରୀମାନଙ୍କ ଛୁଟି ବାତିଲ।

 

୪-ରାଜ୍ୟରେ ଖୋଲିବାକୁ ଯାଉଛି ୭ ନୂଆ ନର୍ସିଂ କଲେଜ।ପ୍ରତି କଲେଜ ପିଛା ୧୦କୋଟି ହିସାବରେ ୭୦ କୋଟି ଟଙ୍କାର ବଜେଟ ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର।

 

୫-ପର୍ଯ୍ୟଟକଙ୍କୁ ପୁରୀ ଛାଡ଼ିବାକୁ ପରାମର୍ଶ ,ହବିଷିଆଳିଙ୍କ ପାଇଁ ହେବ ସ୍ବତନ୍ତ୍ର ବ୍ୟବସ୍ଥା।

 

୬-ଖଣ୍ଡପଡ଼ା:୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ଖଣ୍ଡପଡ଼ା ଥାନା ଏସ ଆଇ ଶେଖ୍ ହବିବୁଲ ରହେମାନ।

 

୭-ବାତ୍ୟା ମୁକାବିଲା ପାଇଁ ସବୁ ବିଭାଗର ପ୍ରସ୍ତୁତି ଆରମ୍ଭ, ଲକ୍ଷ୍ୟ ଜିରୋ କାଜୁଆଲିଟି : ମୁଖ୍ୟମନ୍ତ୍ରୀ

 

୮-ସାମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସ୍ଥଗିତ।

 

୯-ବାତ୍ୟା ଆଲର୍ଟ: କଳାବଜାରୀ ରୋକିବାକୁ ଯୋଗାଣ ବିଭାଗର ଚଢ଼ାଉ ଆରମ୍ଭ, ଖାଉଟି ଚିନ୍ତା ନ କରିବାକୁ କହିଲେ କଟକ ଜିଲାପାଳ।

 

୧୦-ପୁରୀ-ସାଗରଦ୍ଵୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ ‘ଦାନା’: ପାଣିପାଗ ବିଭାଗ

 

୧୧-ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ମୁହାଁଇବ ବାତ୍ୟା : ଆମେରିକୀୟ GFS ମଡେଲ।

 

୧୨-ସଂସଦୀୟ ଷ୍ଟାଣ୍ଡିଂ କମିଟିର କିଟ୍ ଓ କିସ୍ ର ପରିଦର୍ଶନ, କିସ୍ ହେଉଛି ଏକ ବିସ୍ମୟ : ଫଗନ ସିଂ କୁଲସ୍ତେ।

 

୧୩-ରାଜଧାନୀରେ ମାତିଛନ୍ତି ମ୍ୟାରେଜ୍ ରାକେଟ୍ । ବୁଲୁଛନ୍ତି ମିଛ କନିଆଁ । ଫେକ୍ ବାପା ମାଆ ଓ ଭାଇ ଭଉଣୀ

 

୧୪-ବ୍ରହ୍ମଗିରିରେ ଖଣ୍ଡଯୁଦ୍ଧ: ଫଳକ ଶିଳାନ୍ୟାସକୁ ନେଇ ମୁଣ୍ଡ ଫଟାଫଟି । ଉଡିଲା ଚେୟାର, ବାଜିଲା ମୁଥ

 

୧୫-ପାଣି ମାଗିବା ବାହାନାରେ ଛାତ୍ରଙ୍କୁ ପାରାଦୀପରୁ ଅପହରଣ; ହଳଦିଆପଡ଼ାରୁ ହେଲେ ଉଦ୍ଧାର।

 

୧୬-ରାଉରକେଲା:ରାତି ଅଧରେ ଟ୍ରାକ୍‌ରେ ଚାଲିଲେ ଗଜରାଜ, ୯ ଘଣ୍ଟା ବନ୍ଦ ରହିଲା ଟ୍ରେନ ଚଳାଚଳ।

 

୧୭-ଭୁବନେଶ୍ୱର:ନଭେମ୍ବର ୩ରୁ OJS ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ।

 

୧୮-ଫୋନରେ ମିଛ ଧମକ ଦେବା ହେବ ‘ଧର୍ତ୍ତବ୍ୟ ଅପରାଧ’:ବେସାମରିକ ଚଳାଚଳ ମନ୍ତ୍ରୀ।

 

୧୯-ନୂଆ ଦିଲ୍ଲୀ:୮୦ ହଜାର ଟପିଲା ସୁନା ଦର,ରୂପା ବଢ଼ିଲା କିଲୋ ୫ ହଜାର।

 

୨୦-୧ ମାସ ପର୍ଯ୍ୟନ୍ତ ୯୯୯ ଟଙ୍କାରେ ବିମାନ ଟିକେଟ୍ ! ଦୀପାବଳି ପୂର୍ବରୁ ମଧ୍ୟପ୍ରଦେଶ ବାସୀଙ୍କୁ ମିଳିଲା ଖୁସି ଖବର।

 

୨୧-ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେନି ବ୍ରାଜିଲ ରାଷ୍ଟ୍ରପତି, ମସ୍ତିଷ୍କରେ ଆଘାତ ଯୋଗୁ ଡାକ୍ତରଖାନାରେ ଭର୍ତ୍ତି।

 

୨୨-ନୂଆ ଦିଲ୍ଲୀ:ଲଦାଖରେ ପାଟ୍ରୋଲିଂ ପାଇଁ ଭାରତ – ଚୀନ ବୁଝାମଣା।

 

*🙏 ସୁପ୍ରଭାତ 🙏*