April 27, 2026

ଓଡିଶା ମୁହାଁ ବାତ୍ୟା । ଜାଣନ୍ତୁ, ଆପଣଙ୍କ ଜିଲ୍ଲା ପାଇଁ ଜାରି ହେଲା କେଉଁ ଓ୍ୱାର୍ଣ୍ଣିଂ..

IMG-20241022-WA0003
Share

 

 

*📍ବାତ୍ୟା ହେଲେ ପବନକୁ ସମସ୍ତଙ୍କର ଭୟ ରହିଥାଏ । ବାତ୍ୟା ଦାନା ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ ରହିବ ବୋଲି ଆଇଏମଡି ଆକଳନ କରିଛି ।*

 

*ବାତ୍ୟା ହେଲେ ପବନକୁ ସମସ୍ତଙ୍କର ଭୟ ରହିଥାଏ । ବାତ୍ୟା ଦାନା ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ ରହିବ ବୋଲି ଆଇଏମଡି ଆକଳନ କରିଛି । ତେବେ କେଉଁ ଜିଲ୍ଲାରେ କେତେ ବେଗରେ ପବନ ହେବ ସେନେଇ ପୁର୍ବାନୁମାନ କରିଛି ପାଣିପାଗ ବିଭାଗ। ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱରରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିମି ରହିବ। ସ୍ଥଳ ବିଶେଷରେ ଏହା ୧୨୦ କିମି ଛୁଇଁପାରେ ବୋଲି ଆକଳନ କରାଯାଇଛି। ତେଣୁ ଏସବୁ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରଛି ପାଣିପାଗ ବିଭାଗ। ସେହିପରି ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲାରେ ଘଣ୍ଟା ପ୍ରତି ୬୦ରୁ ୯୦ କିଲୋମିଟର ବେଗରେ ପବନ ବହିବ। ଏସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ୫୦ରୁ ୬୦ କିମି ପବନ ବହିବାକୁ ଥିବା ସୁନ୍ଦରଗଡ଼, ସମ୍ବଲପୁର, ଦେଓଗଡ଼, ବୌଦ୍ଧ, ନୟାଗଡ଼, ଗଞ୍ଜାମ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ବାକି ଜିଲ୍ଲା ପାଇଁ କୌଣସି ସତର୍କତା ଜାରି କରାଯାଇନାହିଁ।*