May 10, 2026

ଜୁଏଲାରୀ ଦୋକାନ ସହ ମାଲିକ କୁ କଲେ ଆକ୍ରମଣ ..

IMG-20250403-WA0043
Share

 

ବାଲେଶ୍ବର,( ଦେବାଶିଷ ଦାଶ )

ଗତକାଲି ବିଳମ୍ବିତ ରାତିରେ 5 ରୁ ଉର୍ଦ୍ଧ୍ୱ ଦୃବୁର୍ତ୍ତ ଖଇରା ଅଞ୍ଚଳର ଜଣେ ଜୁଏଲାରୀ ମାଲିକଙ୍କ ଘରୁ ଡକାୟତି କରି ଫେରାର ହୋଇଯାଛନ୍ତି। ସୂଚନା ଯୋଗ୍ୟ ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ପ୍ରହରାଜପୁର ଗ୍ରାମର ଜୁଏଲାରି ମାଲିକ ସଞ୍ଜୟ ସାହୁ ତୁଡ଼ିଗଡିଆ ବଜାରରେ “ଶଙ୍କର ଜୁଏଲାରୀ” ନାମକ ଏକ ସୁନା, ରୁପା ଅଳଙ୍କାର ଦୋକାନ କରି ପରିବାର ପ୍ରତିପୋଷଣ କରନ୍ତି l ଗତକାଲି ଦୋକାନ ବନ୍ଦ କରି ଘରେ ଖାଇ ଶୋଇବା ପରେ ରାତି ୨ ଟା ସମୟରେ ଘର କବାଟ ଓ ଗ୍ରିଲ ଭାଙ୍ଗି ଘରେ ପଶି ଥିବା ସଞ୍ଜୟ, ସଞ୍ଜୟଙ୍କ ମା, ସ୍ତ୍ରୀ ଓ ଛୋଟ ପିଲା ଥିବା ଲୋକଙ୍କୁ ପ୍ରଥମେ ବାନ୍ଧି ମୋବାଇଲ ଛଡାଇ ନେଇଥିଲେ ପରେ ବନ୍ଧୁକ, ଭୁଜାଲି ଓ ବ୍ୟାଟରେ ଆକ୍ରମଣ କରି ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ସମେତ ଟଙ୍କା ଲୁଟ କରି ନେଇଯାଇଛନ୍ତି।

ଦୁର୍ବୁତ୍ତଙ୍କ ଆକ୍ରମଣରେ ଗୁରୁତର ହୋଇ ସଞ୍ଜୟଙ୍କ ମା ନୀଳିମା ସାହୁ ମେଡ଼ିକାଲ ରେ ଭର୍ତ୍ତି ହୋଇଥିବା ବେଳେ ଔପଦା ଆଇଆଇସି ଘଟଣା ସ୍ଥଳ ରେ ପହଁଚି ଛାନଭିନ ଆରମ୍ଭ କରିଛନ୍ତି l ଲୁଟ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକ ମଧ୍ୟରେ କୋକୁଆ ଭୟ ଦେଖିବାକୁ ମିଳିଛି ।