ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ଦ୍ୱlରା ରକ୍ତଦାନ ଶିବିର ଅନୁଷ୍ଠିତ

IMG-20250922-WA0087
Share

    ପାରାଦୀପ ର ଅଗ୍ରୀମ ସ୍ୱେଛାସେବି ସଂଗଠନ ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ , ମା ରାମଚଣ୍ଡୀ ୟୁଥ୍ କ୍ଳବ୍, ନିମିଢ଼ି ଏବଂ ନୂଆ ସକାଳ ସାଂସ୍କୃତିକ ପରିଷଦ, ପାରାଦୀପ ଗଡ଼ ମିଳିତ ଆନୁକୁଲ୍ୟରେ ଏକ ମେଗା ରକ୍ତଦାନ ଶିବିର ପାରାଦୀପ ଗଡ ପଞ୍ଚାୟତ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ 100ରୁ ଉର୍ଦ୍ଧ ଗୋଟି ରକ୍ତ ୟୁନିଟ ସଂଗ୍ରହ କରାଜାଇଥିଲା ଏବଂ ଏହି ଶିବିରରେ ପ୍ରଥମେ ପାରାଦୀପ ବିଧାୟକ ତଥା ଶିଳ୍ପ .ଦକ୍ଷତା ବିକାଶ ଓ ବୈଷୟୀକ ଶିକ୍ଷା ମନ୍ତ୍ରୀ ଶ୍ରଯୁକ୍ତ ସମ୍ପଦ ଚନ୍ଦ୍ର ସ୍ଵାଇଁ, ପାରାଦୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ଵାଳ, ପାରାଦୀପ ଗଡ ସରପଂଚ ଶ୍ରୀମତୀ ସସ୍ମିତା ବେହେରା, ଆଇନଜୀବି ସଞ୍ଜୟ ବେହେରା, ସ୍ମାଇଲ ଟ୍ରଷ୍ଟ ର ସଭାପତି ଡକ୍ଟର ଶ୍ରୀ ସଚିତ୍ର କୁମାର ରାଉତ ଦୀପ ପ୍ରଯୋଳନ କରି ଶିବିରକୁ ଉଦ୍ଘାଟନ କରିଥିଲେ। ପରିସରରେ ଚାଲିଥିବ ରକ୍ତ ଦାତଙ୍କୁ ଅତିଥି ମାନେ ରକ୍ତଦାନ ଏକ ମହତ ପୂର୍ଣ୍ଣ କହି ଉତ୍ସାହିତ କରିଥିବା ସହ ରକ୍ତଦାନ ସଂଗ୍ରହ କୁ ସୁଚାର ରୁପେ ପରିଚାଳନା କରିଥିଲେ।

ରକ୍ତଦାନ ଏକ ମହତ୍ୱପୂର୍ଣ୍ଣ ଗୋଟିଏ ଜୀବନ ବଞ୍ଚାଇବାକୁ ହେଲେ ରକ୍ତର କେତେ ଆବଶ୍ୟକ ହୋଇଥାଏ ।ଏହିଭଳି ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ଭବିଷ୍ୟତରେ ଅନ୍ୟତ୍ର ଆୟୋଜନ କରାଜିବ । ରକ୍ତଦାନ କରିଥିବା ସମସ୍ତ ରକ୍ତଦାତା ଙ୍କୁ କୃତଜ୍ଞତା ଜଣାଇବା ସହ ଆଗମୀ ଦୀନରେ ଆମ ମୂଖ୍ୟ ଉଦେଶ୍ୟ ସ୍ବାସ୍ଥ୍ୟ ଯାହାକି ଲୋକେମାନେ ଭଲ ହେବେ ସେଥି ପାଇ ଅନେକ ମେଗା ହେଲ୍ଥ କ୍ୟାମ୍ପ କରିବୁ ବୋଲି ସ୍ମଇଲ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଡକ୍ଟର ଶ୍ରୀ ସଚିତ୍ର କୁମାର ରାଉତ ପରି ପ୍ରକାଶ କରି ଥିଲେ।, ଏହି ଶିବିରକୁ ସହଯୋଗ କରୁଥିବା ମା ରାମଚଣ୍ଡୀ ୟୁଥ୍ କ୍ଳବ୍ ନୀମିଢ଼ି ,ନୂଆ ସକାଳ ସାଂସ୍କୃତିକ ପରିଷଦ ପାରାଦୀପଗଡ଼ ଓ ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ପାରାଦୀପ ର ସମସ୍ତ ସଦସ୍ୟ ଙ୍କୁ ସଭାପତି ଡ଼କ୍ଟର ସଚିତ୍ର କୁମାର ରାଉତ ଧନ୍ୟଵାଦ ଅର୍ପଣ କରିଥିଲେ। (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )