ପାଇଲିପଡ଼ା ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ 

IMG-20240822-WA0054
Share

 

ଭଞ୍ଜନଗର,୨୨/୮- ଗଞ୍ଜାମ ଜିଲ୍ଲା

ବେଲଗୁଣ୍ଠା ବ୍ଲକ ପାଇଲିପଡ଼ା ବିଜେଡି ସମର୍ଥିତ ସରପଞ୍ଚ ଜୟରାମ ନାୟକଙ୍କ ବିରୁଦ୍ଧରେ ଗୁରୁବାର ଅନାସ୍ଥା ପ୍ରସ୍ତାବ ଆସିଛି। ଏନେଇ ସଂମ୍ପୃକ୍ତ ପଂଚାୟତର

ନାଏବ୍ ସରପଞ୍ଚଙ୍କ ସମେତ ୧୩ ଜଣ ୱାର୍ଡ ମେମ୍ବର ଭଞ୍ଜନଗର ଉପ ଜିଲ୍ଲାପାଳ ଅନୀଲ କୁମାର ସେଠୀ ଙ୍କୁ ଭେଟି ସରପଞ୍ଚ ଙ୍କ ବିରୁଦ୍ଧରେ ଅନାସ୍ତ ପ୍ରସ୍ତାବ ଆଣିଛନ୍ତି। ଏଥିସହ ତୁରନ୍ତ ଅନାସ୍ଥା ପ୍ରସ୍ତାବ ଉପରେ ମତଦାନ କରିବା ପାଇଁ ଦାବୀ କରିଛନ୍ତି। ଏହା ପୂର୍ବରୁ ଆମ୍ବପୂଆ ସରପଂଚ ଙ୍କ ବିରୁଦ୍ଧରେ ମଧ୍ୟ ଅନାସ୍ଥା ପ୍ରସ୍ତାବ ଆସିଛି। ତାହାର ମଧ୍ୟ ତାରିଖ ଧାର୍ଯ୍ୟ ହୋଇନାହିଁ। ବେଲଗୁଣ୍ଠା ବ୍ଲକ ବିଜେଡି ଅକ୍ତିଆର ରେ ଅଛି। କିନ୍ତୁ ଗତ ସାଧାରଣ ନିର୍ବାଚନ ରେ ସୋରଡ଼ା ନିର୍ବାଚନ ମଣ୍ଡଳୀରୁ ଭାଜପା ବିଧାୟକ ଭାବେ ନୀଳମଣି ବିଷୋୟୀ ନିର୍ବାଚିତ ହୋଇଥିଲେ। ଏହା ପରେ ବିଜେପି ଶିବିର ଚଳଚଞ୍ଚଳ ହୋଇ ଉଠିଛି । କିନ୍ତୁ ଦୁଇ ଦିନ ପୂର୍ବେ ଏହି ବ୍ଲକ ର ତନରଡ଼ା ପଞ୍ଚାୟତର ସ୍ଵାଧୀନ ଭାବେ ଲଢ଼ି ବିଜୟୀ ହୋଇଥିବା ସରପଞ୍ଚ ବିଜେଡି ରେ ମିଶିଛନ୍ତି। ତେଣୁ ବେଲଗୁଣ୍ଠା ରାଜନୀତି ବିଗତ କିଛି ଦିନ ହେବ ଚଳଚଞ୍ଚଳ ହୋଇପଡିଛି।

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ