ପିପୁଲ୍ସ କଲେଜ କଳା ବିଭାଗର ନୂତନ ପ୍ରକୋଷ୍ଠ ଉଦଘାଟିତ

IMG-20230822-WA0036
Share

ପିପୁଲ୍ସ କଲେଜ କଳା ବିଭାଗର ନୂତନ ପ୍ରକୋଷ୍ଠ ଉଦଘାଟିତ
ବୁଗୁଡା : ତା ୨୨/୦୮/୨୩ : ସ୍ଥାନୀୟ ପିପୁଲ୍ସ କଲେଜ ପରିସରରେ ନବ ନିର୍ମିତ କଳା ବିଭାଗ ପ୍ରକୋଷ୍ଠର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ଯକ୍ଷ ହରିକୃଷ୍ଣ ନାୟକଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇ କଳା ବିଭାଗ ନିମନ୍ତେ ଉଦ୍ଦିଷ୍ଟ ପ୍ରକୋଷ୍ଠକୁ ଉଦଘାଟନ କରିଥିଲା ବେଳେ ସମ୍ମାନିତ ଅତିଥି ଭାବେ କଲେଜ ପରିଚାଳନା କମିଟି ସଭାପତି ରଜନୀ କାନ୍ତ ଭଟ୍ଟ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ ପୂର୍ବକ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ କଳା ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାମାନେ ପରିଚାଳନା କରିଥିବା ବେଳେ ଆବଶ୍ୟକତା ଭିତ୍ତିରେ ଶ୍ରେଣୀ କକ୍ଷର ଅଭାବ ପୂରଣ ହେତୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଥିଲା ।

You may have missed