April 25, 2026

ବାହ୍ୟ ରାଜ୍ୟରେ ଚାଷୀ ତୈଳବୀଜ ଫସଲ ର ପ୍ରଶିକ୍ଷଣ ପ୍ରଦାନ

IMG-20250522-WA0056
Share

 

କେନ୍ଦୁଝର : ( ରତି ରଞ୍ଜନ ମହାନ୍ତ ) ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏବଂ କେନ୍ଦୁଝର ସ୍ୱେଛାସେବୀ ଅନୁଷ୍ଠାନ ୱମେନ ଅର୍ଗାନାଇଜେସନ ଫର ରୁରାଲ ଡେଭେଲପମେଣ୍ଟ, ସାହାରପଡା, କେନ୍ଦୁଝରର ମିଳିତ ସହଯୋଗରେ ଚାଲିଥିବା ଫସଲ ବିବିଧିକରଣ ପ୍ରକଳ୍ପର ସାହାରପଡା ବ୍ଲକର ଉନ୍ନତ ମାନର ଚାଷୀ ମାନଙ୍କୁ ନେଇ ଏକ ୧୦ ଦିନିଆ (ତା ୦୩. ୦୫. ୨୦୨୫ ରୁ ତା ୧୨. ୦୫. ୨୦୨୫) ବାହ୍ୟ ରାଜ୍ୟ ତାଲିମ୍ ହାଇଦ୍ରାବାଦ ସ୍ଥିତ ଭାରତୀୟ ତୈଳବୀଜ ଗବେଷଣା ସଂସ୍ଥାନରେ ଦିଆଯାଇଛି । ଏହି ତାଲିମରେ ଚାଷୀ ତୈଳବୀଜ ଫସଲ ରେ ପ୍ରଶିକ୍ଷଣ ପାଇଥିଲେ। ଏଥିରେ ତୈଳବୀଜ ଚାଷ, ମଞ୍ଜି ପ୍ରସ୍ତୁତି ପ୍ରଣାଳୀ, ତେଲ ପେଡା,ଚାରା ପ୍ରସ୍ତୁତି ପଦ୍ଧତି, ରୋଗ ପୋକ ନିୟନ୍ତ୍ରଣ ଓ ପରିଚାଳନା, ଫସଲ ଉତ୍ପାଦନ ରେ ବୃଦ୍ଧି,ମହିଳା ଓ ଶିଶୁମାନଙ୍କର ପୁଷ୍ଟିକର ଖାଦ୍ୟର ପରିଚାଳନା ପାଇଁ ତୈଳବୀଜ ର ଉପକାରିତା ଏବଂ କୃଷକ ଉତ୍ପାଦକ ଗୋଷ୍ଠୀର ବିଭିନ୍ନ କାର୍ଯ୍ୟଶୈଳୀ ଉପରେ ତାଲିମ୍ ପ୍ରଦାନ କରାଯାଇଥିଲା । ଏହି ତାଲିମ ରେ ଚାଷୀମାନେ ଅର୍ଦ୍ଧ-ଶୁଷ୍କ କ୍ରାନ୍ତିମଣ୍ଡଳୀୟ ପାଇଁ ଆନ୍ତର୍ଜାତୀୟ ଫସଲ ଗବେଷଣା ପ୍ରତିଷ୍ଠାନ,ଭାରତୀୟ ମାଣ୍ଡିଆ ଗବେଷଣା ପ୍ରତିଷ୍ଠାନ ପରିଭ୍ରମଣ କରିବା ସହ ୯ ପ୍ରକାର ମାଣ୍ଡିଆ, ଚିଟିକା ଜଡ଼ା, ସୂର୍ଯ୍ୟମୁଖୀ,ଚିନାବାଦାମ, ରାଶି, ଅଳସି ଇତ୍ୟାଦି ଫସଲ ଉପରେ ଜ୍ଞାନ ଆହାରଣ କରିଥିଲେ। ଏହି ତାଲିମ୍‌ର ପରିଚାଳନା କରିବା ପାଇଁ ସାହାରପଡା ବ୍ଲକର କୃଷି ଅଫିସ ରୁ ସୁଧାଂଶୁ ଶେଖର ଗିରି ଓ ସ୍ୱେଛାସେବୀ ସଂଗଠନର ପ୍ରୋଗ୍ରାମ ସଂଯୋଜକ ଆଶୁତୋଷ ପାଲ ତତ୍ତ୍ଵାଧୂକାରୀ ଅଫିସର ଭାବେ ଏହି କାର୍ଯ୍ୟକୁ ପରିଚାଳନା କରିଥିଲେ ।

You may have missed