April 30, 2026

ମା ରାମଚଣ୍ଡୀ ଙ୍କ ପୀଠରେ ପୃଥିବୀ ଦିବସ ପାଳିତ…

jh3
Share

 

 

ଗଞ୍ଜାମ :ସହର ଠାରୁ ଆରମ୍ଭ କରି ଗାଁ ପ୍ରଯ୍ୟନ୍ତ ପୃଥିବୀର ସବୁ କୋଣ ଅନୁକୋଣ ରୁ ବୃକ୍ଷ ଲତା କଟାଯାଇ ଚାରିଆଡେ ଜନବସତି ସୃଷ୍ଟି ହେବାରେ ଲାଗିଛି ଓ ତା’ ସହ ତାପମାତ୍ରା ମଧ୍ୟ ବଢ଼ିବାରେ ଲାଗିଛି ଯେ । ପୃଥିବୀ ପୃଷ୍ଠର ସନ୍ତୁଳନ ମଧ୍ୟ ବିଗିଡିବାରେ ଲାଗିଛି l ଯେଉଁଥିପାଇଁ କି ଜଳବାୟୁରେ ଆକାଶ ପାତାଳ ପରିବର୍ତ୍ତନ ଦେଖିବାକୁ ମିଳୁଛି। ତେଣୁ ଏ ସବୁକୁ ନଜରରେ ରଖି ତଥା ଏପ୍ରିଲ ୨୨ ତାରିଖ ସୋମବାର ଦିନ ପୃଥିବୀ ଦିବସ ପାଳନ ଅବସରରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଁ ରାମଚଣ୍ଡୀ ଟ୍ରଷ୍ଟ, ପରିଚାଳନା କମିଟି ଓ ପୂଜା କମିଟିର ମିଳିତ ଉଦ୍ୟମରେ ମା’ ରାମଚଣ୍ଡୀ ମନ୍ଦିର ପରିସରରେ ରହିଥିବା ପାହାଡ଼ରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରାଯିବା ସହିତ ପରବର୍ତ୍ତୀ ପର୍ଯ୍ୟାୟରେ ବୃକ୍ଷରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ସକାଳ ପୂର୍ବାହ୍ନ ରେ କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଥିଲା । ଏଥିରେ ସହଯୋଗର ହାତ ବଢାଇଥିଲେ ମନ୍ଦିର ପୂଜା କମିଟିର ସଭାପତି ତଥା କରପଡା ପଞ୍ଚାୟତର ସରପଞ୍ଚ ଅଜୟ କୁମାର ନାୟକ, କାର୍ଯ୍ୟକାରୀ ସଭାପତି ଦିବାକର ନାୟକ, ଛତ୍ରପୁର ବଜରଙ୍ଗ ଦଳର ଏସ. ରାମକୃଷ୍ଣ ରେଡ୍ଡୀ, ଆଇ.ଆର.ଇ.ରେ କାର୍ଯ୍ୟରତ ମନୋରଞ୍ଜନ ନାୟକ, ଟୁଟୁ ନାୟକ ଓ ଅନ୍ୟ ସମାଜସେବୀ lଏହି ସେବା କାର୍ଯ୍ୟର ପରିସମାପ୍ତିରେ ମା’ ରାମଚଣ୍ଡୀ ମନ୍ଦିରର ଜଣେ ଭକ୍ତ ଶିବ ପାତ୍ର ଯିଏକି ସବୁ ସମୟରେ ମନ୍ଦିର ପୂଜା ଓ ପର୍ବରେ ସହଯୋଗର ହାତ ବଢ଼େଇଥାନ୍ତି l ତାଙ୍କ ୧୦ ବର୍ଷର ସୁପୁତ୍ର ପ୍ରିୟ ଏ.ସୋହନ ପାତ୍ର ର ଅକାଳ ବିୟୋଗରେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟର ନିରବ ପ୍ରାର୍ଥନା କରାଯାଇ ତାଙ୍କ ସ୍ମୃତିରେ ବିମଳ ପଣ୍ଡାଙ୍କ ନେତୃତ୍ୱରେ ମନ୍ଦିର ପରିସରରେ କିଛି ବୃକ୍ଷରୋପଣ କରାଯାଇଥିଲା। ସେହିପରି ସେଠାରେ ଉପସ୍ଥିତ ଥିବା ସମସ୍ତ ସ୍ବେଚ୍ଛାସେବୀ ମଧ୍ୟ ମତବ୍ୟକ୍ତ କରିଥିଲେ କି ଏହିପରି ସମସ୍ତଙ୍କ ପୁଣ୍ୟ ତିଥି ତଥା ଜନ୍ମଦିନ, ବିବାହ ବାର୍ଷିକୀରେ ଯଦି ଜଣେ ୫ଟା ଗଛ ଲଗାନ୍ତି, ତେବେ ଆମ ପୃଥିବୀ ପୃଷ୍ଠ ପୁଣି ଶସ୍ଯଶ୍ୟାମଳାରେ ପରିପୂର୍ଣ୍ଣ ହୋଇଯାଆନ୍ତା। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମନ୍ଦିର ପରିଚାଳକ ସନ୍ତୋଷ ପଣ୍ଡା, ଏସ. ରବି, ଲକ୍ଷ୍ମୀଧର ପ୍ରଧାନ, ୟୁ. ଶ୍ରୀକାନ୍ତ, ଶଙ୍କର ନାୟକ, ଶ୍ରୀକାନ୍ତ ରାଓ, ରୁଦ୍ର ମିଶ୍ର, ମାଧବ ସାସମଲ, ମନୋଜ ମିଶ୍ର, ସୁଧୀର ମହାରଣା, ଦଣ୍ଡପାଣି ମହାରଣା, ଶିବରାମ ନାୟକ (ଗାଣ୍ଡୁ), ବରୁଣ ନାୟକ, ଗୋପାଳ ନାୟକ ଓ ଉପେନ୍ଦ୍ର ବେହେରା ପ୍ରମୁଖଙ୍କର ବିଶେଷ ଅବଦାନ ରହିଥିଲା। ପରିଶେଷରେ ବିମଳ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି ପରି କାର୍ଯ୍ୟ ଆଗକୁ ବି ଜାରି ରଖିବାକୁ ଉତ୍ସାହିତ କରିଥିଲେ। (ପ୍ରଦୀପ କୁମାର ପଣ୍ଡା)

You may have missed