April 30, 2026

ବିଜେଡିର ୪୨ନଂ ଜିଲ୍ଲା ପରିଷଦ ଜୋନ୍ ସ୍ତରୀୟ ସାଂଗଠନିକ ବୈଠକ

bhubk
Share

ବୁଗୁଡ଼ା : ତା ୨୨/୦୪/୨୪ : ବୁଗୁଡ଼ା ବ୍ଲକର ମାଣିତରା ଗ୍ରାମରେ ବିଜୁ ଜନତା ଦଳ ପକ୍ଷରୁ ଏକ ଜିଲ୍ଲା ପରିଷଦ ଜୋନ ସ୍ତରୀୟ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରାଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ ବୈଠକରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ , ଆସିକା ଲୋକସଭା ସଂସଦ ପ୍ରାର୍ଥିନୀ ରଞ୍ଜିତା ସାହୁ , ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଓ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ , ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନାଙ୍କ ସମେତ ଜିଲ୍ଲା ପରିଷଦ ଜୋନ୍ ନଂ-୪୨ ଅନ୍ତର୍ଗତ ମୋଟାବାଡି , ଗୌଡିଆବୋରଦା , ଖୋଳଖାଳି , ମାଣିତରା , ଗୋଳାବନ୍ଧ , ସଙ୍କୁରୁ ଆଦି ୬ଟି ଗ୍ରାମ ପଞ୍ଚାୟତର ଦଳୀୟ ଜନପ୍ରତିନିଧି , କର୍ମକର୍ତ୍ତା ଓ କର୍ମୀଗଣ ଯୋଗଦାନ କରିଥିଲେ । ଆସିକା ଲୋକସଭା ଏବଂ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପଞ୍ଚମ ପର୍ଯ୍ୟାୟରେ ଆସନ୍ତା ମେ ୨୦ ତାରିଖ ଦିନ ଭୋଟ ଗ୍ରହଣ ହେବାକୁ ଥିବାବେଳେ ବେଳେ ସାଂସଦ ପ୍ରାର୍ଥିନୀ ରଞ୍ଜିତା ସାହୁ ଏବଂ ବିଧାୟକ ପ୍ରାର୍ଥୀ ଶ୍ରୀକାନ୍ତ ସାହୁଙ୍କୁ ବିପୁଳ ଭୋଟରେ ବିଜୟୀ କରିବା ନିମନ୍ତେ ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ଆହୁରି ମଜବୁତ୍ କରିବାକୁ ପଡିବ ବୋଲି ଆହ୍ବାନ ଦିଆଯାଇଥିଲା ।

You may have missed