April 26, 2026

ଭାରତ ସହ ଖେଳ ଖେଳିଲା ଫ୍ରାନ୍ସ, ରାଫାଲ ଡିଲକୁ ନେଇ ବଢ଼ାଇଲା ଭାରତର ଚିନ୍ତା

IMG-20260322-WA0021
Share

ଭାରତକୁ ଚୀନ ଓ ପାକିସ୍ତାନ ଭଳି ଶତ୍ରୁ ଦେଶ ଘେରି ରହିଛନ୍ତି । ଚୀନର ବାୟୁସେନା ପଞ୍ଚମ ପୀଢ଼ିର ଫାଇଟର ଜେଟ୍ ବ୍ୟବହାର କରୁଛି । ସେପଟେ ପାକିସ୍ତାନ ବି ଚୀନ ବଳରେ ଖୁବ୍ ଆଗକୁ ବଢ଼ୁଛି । ସେପଟେ ଭାରତୀୟ ବାୟୁସେନା ଯୁଦ୍ଧ ବିମାନ ଅଭାବରେ ଛନ୍ଦି ହୋଇଛି । ହେଲେ ଏହି ଯୁଦ୍ଧ ବିମାନ ଅଭାବ ପାଇଁ ପରିସ୍ଥିତିକୁ ଦାୟୀ କରାଯାଉଛି ।

ଯୁଦ୍ଧ ବିମାନର ଅଭାବ ପୂରା କରିବାକୁ ଭାରତ ଫ୍ରାନ୍ସ ଠାରୁ ୧୧୪ ଟି ରାଫାଲ ବିମାନ କିଣିବା ନେଇ କାମ କରୁଛି । ଏହା ପୂର୍ବରୁ ବି ଭାରତ ବାୟୁସେନା ପାଇଁ ୩୬ ଓ ନୌସେନା ପାଇଁ ୨୬ଟି ରାଫାଲ ବିମାନ କିଣି ସାରିଛି । ଏହା ପରେ ବି ଫ୍ରାନ୍ସ ଏହି ଡିଲରେ ଏକ ବଡ଼ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଛି ।

ବିଶ୍ୱ ଅସ୍ତ୍ର ବଜାରରେ ରାଫାଲକୁ ଚମକାଇଥିବା ଦେଶ ଭିତରେ ଭାରତ ଅନ୍ୟତମ । ଭାରତୀୟ ବାୟୁସେନା ସର୍ବପ୍ରଥମେ ରାଫାଲକୁ ଏକ ସୁନ୍ଦର ଯୁଦ୍ଧ ବିମାନ ଭାବେ ଉପସ୍ଥାପନ କରିଥିଲେ । ଭାରତୀୟ ବାୟୁସେନାର ପ୍ରମାଣପତ୍ର ଆଧାରରେ ଫ୍ରାନ୍ସ ବିଶ୍ୱ ବଜାରରେ ଏହି ଯୁଦ୍ଧ ବମାନର ବ୍ୟବସାୟକୁ ବୃଦ୍ଧି କରିଛି । ହେଲେ ଏବେ ଭାରତ ସହ ଚୁକ୍ତିରେ ବେଇମାନି କରିବାକୁ ଚିନ୍ତା କରିଛି । ଏହାକୁ ନେଇ ପ୍ରଶ୍ନ ଉଠିଛି କି, ଭାରତ କାହିଁକି ନିଜର ପଞ୍ଚମ ପୀଢିର ଯୁଦ୍ଧ ବିମାନ ଏମକୋ ପ୍ରୋଜେକ୍ଟର ଅପେକ୍ଷା କରିବ ନାହିଁ ।

ଭାରତକୁ ଚୀନ ଓ ପାକିସ୍ତାନ ଭଳି ଶତ୍ରୁ ଦେଶ ଘେରି ରହିଛନ୍ତି । ଚୀନର ବାୟୁସେନା ପଞ୍ଚମ ପୀଢ଼ିର ଫାଇଟର ଜେଟ୍ ବ୍ୟବହାର କରୁଛି । ସେପଟେ ପାକିସ୍ତାନ ବି ଚୀନ ବଳରେ ଖୁବ୍ ଆଗକୁ ବଢ଼ୁଛି । ସେପଟେ ଭାରତୀୟ ବାୟୁସେନା ଯୁଦ୍ଧ ବିମାନ ଅଭାବରେ ଛନ୍ଦି ହୋଇଛି । ହେଲେ ଏହି ଯୁଦ୍ଧ ବିମାନ ଅଭାବ ପାଇଁ ପରିସ୍ଥିତିକୁ ଦାୟୀ କରାଯାଉଛି ।

 

ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ଭିତରେ ଭାରତ ପାଇଁ ୧୧୪ ଟି ରାଫାଲ ଯୁଦ୍ଧ ବିମାନ ବେଶ ଗୁରୁତ୍ୱପୂର୍ଣ୍ଣ । ହେଲେ ଯୁଦ୍ଧ ବିମାନ କିଣିବା ଏକ ଜଟିଳ ପ୍ରକ୍ରିୟା । କାରଣ ଏଗୁଡିକ ଅତ୍ୟନ୍ତ ସେନ୍ସିଟିଭ ଅସ୍ତ୍ର । ଅନ୍ତର୍ଜାତୀୟ ବଜାରକୁ ଦେଖିଲେ, ଭାରତ ସାମ୍ନାରେ ବହୁତ ସୀମିତ ବିକଳ୍ପ ରହିଛି । ଭାରତ ଆମେରିକୀୟ ଫାଇଟର ଜେଟ୍ କିଣୁନାହିଁ । କାରଣ ସେଗୁଡ଼ିକର ରକ୍ଷଣା ବେକ୍ଷଣ ଖର୍ଚ୍ଚ ସର୍ବାଧିକ । ତା ସହିତ ଭାରତର ଅଧିକାଂଶ ଅସ୍ତ୍ର ଋଷ ନିର୍ମିତ ହୋଇଥିବାରୁ ସେଗୁଡ଼ିକୁ ଆମେରିକୀୟ ଯୁଦ୍ଧ ବିମାନ ସହ ମିଳାଇବା କଷ୍ଟକର । ସେହିଭଳି ଭାରତ ଚୀନରୁ ମଧ୍ୟ ଯୁଦ୍ଧ ବିମାନ କିଣେ ନାହିଁ । କାରଣ ଚୀନ ସହିତ ଭାରତର ସିଧା ସଳଖ ବିରୋଧ ରହିଛି । ୟୁରୋପର କଥା କହିଲେ, ଏବେ ସେଠାରେ ପୂର୍ବଭଳି ଶକ୍ତି ରହିନାହିଁ । ସେମାନଙ୍କ ଜେଟ୍ ଓ ଅନ୍ୟ ଅସ୍ତ୍ରଗୁଡିକ ମଧ୍ୟ ପୂର୍ବ ପରି ଆକର୍ଷଣୀୟ ନୁହେଁ ।

ଏହି ପରିସ୍ଥିତିରେ ଭାରତ ପାଖରେ ମୂଳତଃ ଦୁଇଟି ବିକଳ୍ପ ରହିଛି । ଋଷ ଓ ଫ୍ରାନ୍ସ । ଋଷ ୟୁକ୍ରେନ ଯୁଦ୍ଧରେ ବ୍ୟସ୍ତ ଥିବାରୁ ତାହାର ଯୋଗାଣ ପ୍ରଭାବିତ ହୋଇଛି । ତା ସହିତ ତାହାର ଆଧୁନିକ ପଞ୍ଚମ ପିଢ଼ୀର ଯୁଦ୍ଧ ଜାହାଜ ସୁଖୋଇ-୫୭ ମଧ୍ୟ ଅନେକ ସମୟରେ ଅସୁବିଧାରେ ସମ୍ମୁଖୀନ ହେଉଛି । ଏହି ପରିସ୍ଥିତି ପାଖରେ ଭାରତ ପାଖରେ ଏକମାତ୍ର ବିକଳ୍ପ ରହିଛି ଫ୍ରାନ୍ସର ଯୁଦ୍ଧର ବିମାନ ରାଫାଲ । ଏହାର ସୁଯୋଗ ନେବାକୁ ଚେଷ୍ଟା କରିଛି ଫ୍ରାନ୍ସ, କାରଣ ଫ୍ରାନ୍ସର ଚୁକ୍ତି ମୁତାବକ ଭାରତ ଯେଉଁ ରାଫାଲ କିଣିବ ତାହାର କିଛି ନିୟନ୍ତ୍ରଣ ଫ୍ରାନ୍ସ ପାଖରେ ରହିବ ।