ଆଜିର ଖବର
୧-ଭାରତ ମହାସାଗରରେ ଇରାନର ଆକ୍ରମଣ,ଡିଏଗୋ ଗାର୍ସିଆକୋ କଲା ମିସାଇଲ୍ ମାଡ଼।ଏହା ଆମେରିକା ଓ ବ୍ରିଟେନର ମିଳିତ ଏୟାରବେସ୍
୨-ଭୁବନେଶ୍ୱର:ରାଜ୍ୟରେ ତାପମାତ୍ରା ବୃଦ୍ଧି, ୪୦ ଡିଗ୍ରୀ ମୁହାଁ ପାରଦ,ଖୁବଶୀଘ୍ର ହୋଇପାରେ ସକାଳୁଆ ସ୍କୁଲ: ମନ୍ତ୍ରୀ
୩-ଭୁବନେଶ୍ୱର:ଏବେ ଗରମରେ ଲସି ,ମନ ପୂରା ଖୁସି, ବଡ଼ ସାନର ନାହିଁ ବିଚାର,ସବୁଠି ଲାଗୁଛି ଆସର।
୪-ଭୁବନେଶ୍ୱର:ବିଜେଡିରୁ ୬ ବିଧାୟକ ନିଲମ୍ବିତ, କ୍ରସ୍ ଭୋଟିଂ ପାଇଁ ନବୀନଙ୍କ ଶକ୍ତ କାର୍ଯ୍ୟାନୁଷ୍ଠାନ।
୫-ପୁଣି ଅଶାନ୍ତ ଗଞ୍ଜାମ;ଷୋଳଭାଗପେଣ୍ଠ ଗାଁରେ ଏକ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ କରି ଅଭିଯୁକ୍ତ ଫେରାର।
୬-ଭୁବନେଶ୍ୱର:ବକେୟା ଦରମା, ପରିଚୟ ପତ୍ର ପ୍ରଦାନ, ଦରମା ବୃଦ୍ଧି ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହାର କଲେ ପାଚିକା ମହାସଂଘ।
୭-କଟକ ତଳ ବାଲିଯାତ୍ରା ପଡିଆରେ ପୁସ୍ତକମେଳା ଉଦଘାଟିତ, ମାର୍ଚ୍ଚ ୨୦ ରୁ ୨୯ ତାରିଖ ଯାଏ ଚାଲିବ।
୮-ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି।
୯-ଭୁବନେଶ୍ୱର:ଆଉ ଚୁକ୍ତି ଭିତ୍ତିକ ଶିକ୍ଷକ ନିଯୁକ୍ତି ହେବେ ନାହିଁ,ଏ ପ୍ରଥା ହଟିଯିବ : ମନ୍ତ୍ରୀ
୧୦-ସାବାଡ଼ ହେବେ ଅମାନିଆ ଗାଡ଼ି ଚାଳକ, ଆରମ୍ଭ ହେଲା ସଡ଼କ ସୁରକ୍ଷା ଅଭିଯାନ,ପ୍ରଥମ ଦିନରେ କଟିଲା ୧୭ ହଜାର ୮୩୧ ଟି ଇ ଚାଲାଣ।
୧୧-ବିଜେଡିର ଚେତାବନୀ ପରେ ଆକ୍ସନ, ପ୍ରତାପ ଜେନାଙ୍କ କ୍ବାର୍ଟର୍ସ ଆଗରେ ହଙ୍ଗାମା କରିଥିବା ୨ ଯୁବକ ଗିରଫ।
୧୨-କଳାହାଣ୍ଡି ଜିଲ୍ଲା କଳମପୁର : ଚୋରା ମଦ ମାଫିଆଙ୍କ ନୂଆ ଉପାୟ; ନମ୍ବର ବିହୀନ ବାଇକରେ ଚାଲାଣ କରୁଥିଲେ ମଦ।
୧୩-ସୁବର୍ଣ୍ଣପୁର, ସୋହେଲା ଗାଁ:ପୁଅ ମୃତ୍ୟୁର ଅଧ ଘଣ୍ଟା ପରେ ଆଖି ବୁଜିଲେ ମାଆ, ଉଭୟଙ୍କ ମୃତ୍ୟୁ ନେଇ ଗାଁରେ ଶୋକର ଛାୟା।
୧୪-ନୂଆ ଦିଲ୍ଲୀ:ମାର୍ଚ୍ଚ ୩୧ ସୁଦ୍ଧା ପାନ୍ -ଆଧାର ଲିଙ୍କ ଶେଷ ସୁଯୋଗ।
୧୫-ଡକ୍ଟର କିରଣ ବେଦୀଙ୍କ ବେଦାନ୍ତ ଝାରସୁଗୁଡ଼ା ଗସ୍ତ: କର୍ମଚାରୀ ଓ ମହିଳା ନେତ୍ରୀଙ୍କୁ ଦେଲେ ସଫଳତାର ମନ୍ତ୍ର।
୧୬-ଶକ୍ତି ସଙ୍କଟ ମଧ୍ୟରେ କେନ୍ଦ୍ରର ବଡ଼ ପଦକ୍ଷେପ: ୨୦% ବଢ଼ିଲା କମର୍ସିଆଲ୍ LPG ଯୋଗାଣ।
୧୭-ଦକ୍ଷିଣ ଭାରତରେ ‘ଧୁରନ୍ଧର: ଦ ରିଭେଞ୍ଜ’ର ସୁନାମି; ଭିଡ଼ ସମ୍ଭାଳିବା ମୁସ୍କିଲ, ସିନେମା ହଲ୍ରେ ବଢ଼ାଯାଉଛି ଶୋ’।
୧୮-ରାଜନାଥଙ୍କ ବଡ ଘୋଷଣା, ଦେଶରେ ଖୋଲିବ ୧୦୦ ନୂଆ ସୈନିକ ସ୍କୁଲ, ଏନସିସିର ହେବ ବିସ୍ତାର।
୧୯-ମଧ୍ୟପ୍ରାଚ୍ୟରେ ଥମିବାର ନାଁ ନେଉନି ମହାଯୁଦ୍ଧ, ଇରାନ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଗଲା ଆମେରିକାର ଏଫ-୩୫ ଲଢ଼ୁଆ ଯୁଦ୍ଧ ବିମାନ।
୨୦-ଇରାନ ଯୁଦ୍ଧରେ ୧୬ଟି ବିମାନ ଓ ୪୦୦୦ ହଜାର କୋଟି ହରାଇଲାଣି ଆମେରିକା।
🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
