April 26, 2026

ମୂଳିସିଂହ ରେ କାଫୁଲାପାର୍ଟି ର ଇଦ ଶୋଭାଯାତ୍ରା

IMG-20260322-WA0004
Share

ତିର୍ତ୍ତୋଲ ତା 21/3/2026 ପବିତ୍ର ଇଦପର୍ବ ପାଳନ ଅବସରରେ ଗତ ଶନିବାର ଦିନ ପୂର୍ବାହ୍ନରେ ମୂଳିସିଂହ ହରସିଂପୁର (ଝଙ୍କଡ଼ ) ସ୍ଥିତ ମାଇକା ମଦରସା ପାଖରୁ କାଫୁଲାପାର୍ଟି, ଇଦଶୋଭାଯାତ୍ରା ବାହାରି ଥିବା ବେଳେ ଅନ୍ୟଏକ ଶୋଭାଯାତ୍ରା ବଡ଼ମୂଳିସିଂହ ବସ୍ତି ରୁ ଶୁଭାରମ୍ଭ ହୋଇ, ଏ ଅଞ୍ଚଳର ମୁଖ୍ୟ ବାଣିଜ୍ୟକେନ୍ଦ୍ର ସହରହାଟ ବାଟଦେଇ, ଆଉରଙ୍ଗଯେବ ଙ୍କ ଦ୍ୱରା ପ୍ରତିଷ୍ଠିତ ଐତିହାସିକ ଶୂନମହଜିଦ ପାଖରେ ପହଞ୍ଚିବା ପରେ ଖାନଚନ୍ଦ୍ରପୁର, କାଳିନାଗ, ତଳସହର ଆଦି ବିଭିନ୍ନବସ୍ତି ବା ନଗରପରିକ୍ରମା କରିଥିଲେ l ବିଭିନ୍ନ ମସଜିଦ ରେ ସକାଳବେଳା ସମୂହନମାଜପାଠ ହେବାପରେ ପରସ୍ପର ମଧ୍ୟରେ କରମର୍ଦ୍ଦନ ଓ ଆଲିଙ୍ଗନ କରି ଇଦମୋବାରକ ଜଣାଇବା ସହିତ, ପବିତ୍ର ଭାଇଚାରା କୁ ସୁଦୃଢକରିବା ସହିତ ଜାତୀୟ ଏକତା ଓ ଅଖଣ୍ଡତା କୁ ବଜାୟ ରଖିବା ପାଇଁ, ଶାନ୍ତି ମୈତ୍ରୀ ଓ ସଦଭାବନା ର ଧ୍ଵନିଦେଇ ଶହଶହ ସଂଖ୍ୟାରେ ଇସଲାମଧର୍ମ ପ୍ରେମୀ ମାନେ ଏହି ଶୋଭାଯାତ୍ରା ରେ ସାମିଲ ହୋଇଥିଲେ l ଏହି ଅବସରରେ କେତେକ ସ୍ଥାନରେ ଥଣ୍ଡାପାନୀୟ ଓ ଫଳମୂଳ ମଧ୍ୟ ବଣ୍ଟନ କରାଯାଇଥିଲା l ମହମଦ ଫଜଲୁର ରହମାନ, ମହମଦ ଇମତୀୟାଜ, ଶିରାଜ ଖାନ, ସଫି ଆଜମ୍ , ଅନିଶୁର ରହମାନ, ସମସାଦ, ସରାଫ୍ତତ, ସିଦ୍ଦିକ, ଅୟାନ , ରିହାନ, ସୋହେଲ , ଉମର , ଆରିଫ, ସୋହନ, ରିଜୱାନ , ଅମାନ ଓ ଖୁରସଦ ଙ୍କ ସମେତ ସମସ୍ତ ବସ୍ତିବାସୀ ଏଥିରେ ସାମିଲ ହୋଇଥିବା ବେକେ, ବଡ଼ମୂଳିସିଂହ ଶୋଭାଯାତ୍ରା ରେ ମଧ୍ୟ ରାଜା କିଙ୍ଗ , ସମିର ଉଦ୍ଦିନ, ଏସ କେ ୱାହୀଦ ଉଦ୍ଦିନ, ସୋନୁ ଓ ଏସ କେ ସାହିର ଙ୍କ ସହିତ ବଡ଼ବସ୍ତି ର ଶତାଧିକ ଯୁବକ ଏହି କାର୍ଯ୍ୟକ୍ରମ ରେ ସକ୍ରିୟ ଅଂଶଗ୍ରହଣ କରିଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର