କିଲିପାଳ ରେ ଗୀତାଜ୍ଞାନଯଜ୍ଞ ଉଦଯାପିତ
ତିର୍ତ୍ତୋଲ ତା 21/3/2026 ତିର୍ତ୍ତୋଲବ୍ଲକ, କନିମୁଳ ପଞ୍ଚାୟତ ଅଧିନ କିଲିପାଳ ଗ୍ରାମରେ, ବଜରଙ୍ଗ ସେବାସଙ୍ଘ (ଚାରଣ ଶାଖା )ଓ କିଲିପାଳ ଗ୍ରାମବାସୀ ଙ୍କ ମିଳିତ ଆନୁକୂଲ୍ୟରେ ଏକବିଂଶତମ ଗୀତାଜ୍ଞାନ ନାମ ମହାଯଜ୍ଞ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି l ଗତ 17/3/2026,ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଏହି ମହାନ ଆଧ୍ୟାତ୍ମିକ, ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ 21/3/2026 ଶନିବାର ଦିନ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଉଦଯାପିତ ହୋଇଯାଇଛି l ଏହି ଉପଲକ୍ଷେ ଶ୍ରୀ ଶ୍ରୀ ହନୁମାନଜୀଉ ଙ୍କର ଭବ୍ୟମନ୍ଦିର ଓ ନୂତନ ବିଗ୍ରହ ପ୍ରତିଷ୍ଠା ସହିତ ନାମଯଜ୍ଞ, ଘୃତଯଜ୍ଞ, ଅନ୍ନଯଜ୍ଞ ଓ ଜ୍ଞାନଯଜ୍ଞ ରେ ବହୁ ସାଧୁ ସନ୍ଥ ମହାତ୍ମା, ଜ୍ଞାନୀ ଗୁଣୀ ପଣ୍ଡିତ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ନିଜନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ l ମଞ୍ଚଉପରେ ଚତୁଃର୍ଦ୍ଧl ମୂର୍ତ୍ତି ସ୍ଥାପନ କରାଯିବା ପରେ ପ୍ରତିଦିନ ସୂର୍ଯ୍ୟପୂଜା, ଵିଷ୍ଣୁସହସ୍ରନାମ ପାଠ, ଗ୍ରାମର ସମସ୍ତ ପାର୍ଶ୍ଵ ଦେବଦେବୀ ପୂଜା ଓ ଯଜ୍ଞରେ ଆହୁତିପ୍ରଦାନ, ଭଜନକୀର୍ତ୍ତନ ଓ ଆଧ୍ୟାତ୍ମିକନୃତ୍ୟସଙ୍ଗୀତ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଜ୍ଞାନଯଜ୍ଞ ର ମୁଖ୍ୟଆକର୍ଷଣ ଥିଲେ, ମାଳିକା ବିଶାରଦ, ତଥା ଚାରଣପ୍ରବକ୍ତା ବାବା ଦିବାକର ଦାସ ମହାରାଜ l ପ୍ରଭୁ ଶ୍ରୀରାମ ଓ ପରମଭକ୍ତ ହନୁମାନ ଜୀଉ ଙ୍କ କଥା ମୃତ କେବଳ ଶ୍ରବଣ ଦ୍ୱାରା ନୁହେଁ, ବରଂ ତାଙ୍କ ଜୀବନ ଆଦର୍ଶ ରେ ଅନୁପ୍ରାଣିତ ହୋଇ ନିଜକୁ ଓ ପରିବାର ସହିତ ଆମ ସମାଜ କୁ ଗଢିତୋଳିବାର ପ୍ରୟାସ କଲେ, ଯଥାର୍ଥ ରେ ରାମରାଜ୍ୟ ପ୍ରତିଷ୍ଠା ହୋଇପାରିବ ଓ କଳମୂଷ ଦୂର ହୋଇ ବିଶ୍ୱରେ ଶାନ୍ତି ମୈତ୍ରୀ ଓ ସଂହତି ପ୍ରତିଷ୍ଠା ହୋଇପାରିବ ବୋଲି ବାବା ଉପସ୍ଥିତ ଭବଗତପ୍ରେମୀ ମାନଙ୍କୁ ଆବେଗ ପୂର୍ଣ୍ଣ ଆହ୍ୱାନ ଦେଇଥିଲେ l ଯଜ୍ଞ ଓ ବିଗ୍ରହ ପ୍ରତିଷ୍ଠା ରେ ବଟକୃଷ୍ଣ ଦାଶ, ଦିପ୍ତିମୟୀ ଦାଶ, ଦିଲ୍ଲୀପ ଦାଶ ଓ ମମତା ଦାଶ ଅଂଶଗ୍ରହଣ କରିଥିବାବେଳେ, ମୁଖ୍ୟପୁରୋଧା ପଣ୍ଡିତ ସୁବାଷ ଚନ୍ଦ୍ର ମିଶ୍ର ଓ ସହଯୋଗୀ ଆଚାର୍ଯ୍ୟଗଣ ସମସ୍ତ କାର୍ଯ୍ୟକ୍ରମ କୁ ବୈଦିକ ରୀତିନୀତି ରେ ସମ୍ପନ୍ନ କରିଥିଲେ l ତାଳଦଣ୍ଡା ବ୍ରହ୍ମ ଜଗନ୍ନାଥ ମିଶନ ର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ କ୍ୟାପଟେନ ସଂଜୀବ କୁମାର ମୁଦୁଲି ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ,ଭୁବନେଶ୍ୱର ଭିନ୍ନକ୍ଷମ ସଂସ୍ଥା ର ଉମାମଣୀ ଦେବୀ ଓ ସାରଳାସଂସ୍କୃତି ଗବେଷଜ ରମାକାନ୍ତ ରାଉଳ ସ୍ୱତନ୍ତ୍ର ଅତିଥି ଭାବେ ମଞ୍ଚାସିନ ହୋଇଥିଲେ l ତେବେ ଏହି ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର କର୍ମକର୍ତ୍ତା ଶିବପ୍ରସାଦ ସାହୁ, ଦେବପ୍ରସାଦ ସାହୁ, ନଟବର ଦାଶ, ସୁରେନ୍ଦ୍ର ସାହୁ, ମହେଶ୍ୱର ଜେନା, ଅରୁଣ ସାହୁ, ରାଜେଶ ପଣ୍ଡା, ଅରୁଣ ସାହୁ (ବାବୁ ) ରଞ୍ଜିତ ତରାଇ, ରଞ୍ଜନ ସାହୁ, ରଞ୍ଜିତ ସାହୁ, ସନ୍ୟାସୀ ସାହୁ, ପ୍ରଫୁଲ୍ଲ ସାହୁ, ଦିଲ୍ଲୀପ ସୁତାର, ବଟକୃଷ୍ଣ ସାହୁ, ଶିବଚରଣ ଜେନା, ମାୟାଧର ସାହୁ, ବୈଷ୍ଣବ ସାହୁ, ପ୍ରମୋଦ ଦାଶ, ପ୍ରଶାନ୍ତ ଦାଶ, ବଂଶୀଧର ପଣ୍ଡା, ଧରଣୀଧର ଦାଶ ଓ ମନୋରଞ୍ଜନ ଦାଶ ଙ୍କ ସମେତ, ସମସ୍ତ ଏସ ଏସ ଜି ଗ୍ରୁପ ଙ୍କ ସହିତ ଗ୍ରାମବାସୀ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ l ବିଶେଷକରି ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ଏକ ଭକ୍ତିଭାବମୟ ପରିବେଶ ସୃଷ୍ଟି କରିଥିଲା l
ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
