June 21, 2026

ସାଇବର ଅପରାଧ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ..

IMG-20251021-WA0066
Share

 

 

ଗଜପତି(ଗଣେଶ କୁମାର ରାଜୁ)ସାଇବର ସୁରକ୍ଷା ଅଭିଯାନ ଓଡ଼ିଶା ୨୦୨୫ ଅନ୍ତର୍ଗତ ଅବସରରେ ଗଜପତି ଜିଲ୍ଲା

ଆର.ଉଦୟଗିରି ସ୍ଥିତ ଅନୁଗୁର ପଞ୍ଚାୟତ ଠାରେ ସାଇବର ଅପରାଧ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଆର.ଉଦୟଗିରି ପୋଲିସ ଥାନା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ

ଆର.ଉଦୟଗିରି ଥାନା ଅଧିକାରୀ ମଞ୍ଚାସିନ ରହି ମୁଖ୍ୟତଃ ଆଜି କାଲି ଘଟୁଥିବା ବିଭିନ୍ନ ପ୍ରକାରର ସାଇବର ଅପରାଧ,ସାଇବର ଅପରାଧୀ ମାନେ କିଭଳି ଚତୁରତାର ସହ ଲୋକଙ୍କ ଧନ ଠକି ନେଇଥାନ୍ତି ଏବଂ ଏହି ସାଇବର ଅପରାଧକୁ କିପରି ରୋକା ଯାଇପାରିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରି ଉପାଦେୟ ତଥ୍ୟ ସବୁ ପ୍ରଦାନ କରିଥିଲେ।ଏହି ସଚେତନତା କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ,ପିଆଇଆଇ ସଦସ୍ୟ ଏବଂ ଗ୍ରାମର ଭଦ୍ର ଲୋକ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ସାଇବର ଅପରାଧର ବିଭିନ୍ନ ଦିଗ ଉପରେ ସଚେତନ ହୋଇଥିଲେ।