June 13, 2026

ଚିକିତ୍ସାଧିନ ଅବସ୍ଥାରେ ମହିଳା ମୃତ, ମୃତକ ଙ୍କ ଭଉଣୀ ଥାନାରେ ବିଷ ଦେଇ ହତ୍ୟା ଅଭିଯୋଗ ଆଣିଲେ ..

IMG-20251021-WA0021
Share

 

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ରେଙ୍ଗାଲପାଲୀ ଗ୍ରାମର ଜଣେ ମହିଳା ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ମୃତ୍ୟୁବରଣ କରିଥିବା ବେଳେ,ମୃତକ ଙ୍କ ଭଉଣୀ ମୃତକ ଙ୍କ ଶ୍ୱଶୁର ଘର ବିରୋଧରେ ବିଷ ଦେଇ ହତ୍ୟା କରିଥିବା ନେଇ ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ସୂଚନାରୁ ଜଣାପଡିଛି ଯେ ଜୟପାଟଣା ଥାନା ଅନ୍ତର୍ଗତ ବରାଡ଼ଙ୍ଗା ଗ୍ରାମର ସସ୍ମିତା, ରେଙ୍ଗାଲପାଲୀ ଗ୍ରାମର ଭୋଳାନାଥ ନାଏକ ଙ୍କୁ ବିବାହ କରିଥିଲେ।କିନ୍ତୁ ଘଟଣା ଅନୁଯାୟୀ ଗତ ୧୭ ତାରିଖ ଦିନ ହଠାତ ସସ୍ମିତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କ ସ୍ୱାମୀ ସସ୍ମିତାଙ୍କୁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ଏବଂ ଏହାର ପରଦିନ ଦେହ ସୁସ୍ଥ ହେବାରୁ ସସ୍ମିତା ଘରକୁ ଫେରିଥିଲେ।କିନ୍ତୁ ପୁଣି ଥରେ ୧୯ ତାରିଖ ଦିନ ହଠାତ ସସ୍ମିତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ପ୍ରଥମେ କୋକସରା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସସ୍ମିତାଙ୍କ ଅବସ୍ଥା ଗୁରୁତର ହେବାରୁ ଗତକାଲି ଭବାନୀପାଟଣା ସ୍ଥିତ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା।କିନ୍ତୁ ଏଠାରେ ଚିକିତ୍ସାଧିନ ଅବସ୍ଥାରେ ସସ୍ମିତା ମୃତ୍ୟୁ ବରଣ କରିଥିଲେ। ଏହି ସମୟରେ ସସ୍ମିତାଙ୍କ ପାଖରେ ତାଙ୍କ ଶ୍ୱଶୁର ଘର ଲୋକେ କେହି ବି ନଥିଲେ। କେବଳ ତାଙ୍କ ବାପା ଓ ଭାଇ ଥିଲେ ଏବଂ ଏହି ଦୁଃଖଦ ଖବର ଦେବା ପାଇଁ ମୃତକ ଙ୍କ ଶ୍ୱଶୁର ଘର ଲୋକଙ୍କୁ ଫୋନ ଯୋଗେ ଅନେକ ଚେଷ୍ଟା କରିବା ପରେ ମଧ୍ୟ ଫୋନ ଲାଗିନଥିଲା। ସେମାନଙ୍କ ଫୋନ ଗୁଡିକ ସ୍ବିଚ ଅଫ ଥିଲା। ଏହା ପରେ ମୃତକ ଙ୍କ ଭଉଣୀ ଏହି ଖବର ପାଇବା ପରେ,ଏନେଇ ଜୟପାଟଣା ଥାନାରେ ମୃତକ ଙ୍କ ସ୍ୱାମୀ ଭୋଳାନାଥ ଏବଂ ତାଙ୍କ ପରିବାର ବିରୋଧରେ ମୃତ ବରଣ କରିଥିବା ସସ୍ମିତାଙ୍କୁ ବିଷ ଦେଇ ହତ୍ୟା କରିଥିବା ନେଇ ଏକ ଲିଖିତ ଅଭିଯୋଗ କରିଛନ୍ତି। ଲିଖିତ ଅଭିଯୋଗରେ ଆହୁରି ମଧ୍ୟ ଲେଖା ଅଛି ଯେ’ ମୁତକ ସସ୍ମିତା ଙ୍କ ବିବାହ ପରେ ସ୍ୱାମୀ ଭୋଳନାଥ ଓ ତାଙ୍କ ପରବାର ମୃତକଙ୍କୁ ବରାବର ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ ଓ ତାଙ୍କ ବାପା ଘରକୁ ମଧ୍ୟ ଅନେକ ଥର ପଠାଇ ଦେଇଥିଲେ। ଏପରିକି ମୃତକ ସସ୍ମିତା ତାଙ୍କ ବାପା ଘରେ ଚାରି ମାସ ରହିବା ପରେ,ତାଙ୍କ ଦେହ ଅସୁସ୍ଥ ହେବାର କିଛି ଦିନ ପୂର୍ବରୁ ତାଙ୍କ ସ୍ୱାମୀ ଭୋଳାନାଥ ତାଙ୍କୁ ଘରକୁ ଆଣିଥିଲେ।ଏନେଇ ଜୟପାଟଣା ପୋଲିସ ମାମଲା ୠଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

You may have missed