ରାଜନୈତିକ ଚକ୍ରଵୀହୋ ରେ ସୁରଭି କାଯ୍ୟକ୍ରମ..
ବିନା ନିମନ୍ତ୍ରଣ ରେ ଅତିଥି ଭାବେ ମଞ୍ଚରେ ବସିଲେ ପୂର୍ବତନ C.R.C.C
ବିଦ୍ୟାଳୟ ସ୍ତରରେ ଛୋଟ ଛୋଟ ଛାତ୍ର ଛାତ୍ରୀ ମାନଙ୍କ ଅନ୍ତର୍ନିହିତ ଗୁଣ ର ବିକାଶ ଲାଗି ସରକାର ଙ୍କ ତରଫରୁ ପ୍ରତି ବ୍ଲକ ରେ ସୁରଭି କାଯ୍ୟକ୍ରମ ଅନୁଷ୍ଠିତ ହେଉଛି।ଏହା ଦ୍ଵାରା ଛାତ୍ର ଛାତ୍ରୀ ମାନଙ୍କ ର ଅନ୍ତର୍ନିହିତ ଗୁଣ ର ବିକାଶ ହେବାରେ ସହାୟକ ହୋଇପାରିବ କିନ୍ତୁ ବାସ୍ତବ କ୍ଷେତ୍ରରେ ଏହା ଓଲଟା ହୋଇଛି ତିର୍ତ୍ତୋଲ ମଣ୍ଡଳ ଶିକ୍ଷାଅଧିକାରୀ ଙ୍କ ମନମୁଖୀ କାଯ୍ୟ ଯୋଗୁ ଏହା ସମ୍ଭବ ହୋଇପାରୁ ନାହିଁ।ଚଳିତ ମାସ ୭ ତାରିଖ ରେ ମଣ୍ଡଳ ଶିକ୍ଷାଅଧିକାରୀ ଙ୍କ କାଯ୍ୟାଳୟ ପରିସରରେ ସୁରଭି କାଯ୍ୟକ୍ରମ ଅନୁଷ୍ଠିତ ହେବା ପାଇଁ ନିମନ୍ତଣ କାର୍ଡ ବଣ୍ଟା ଯାଇଥିଲା,ଟେଣ୍ଟ ମଧ୍ୟ ବନ୍ଧା ଯାଇଥିଲା କଣ ହେଲା କେଜାଣି ୬ ତାରିଖ ରାତ୍ରିରେ ହଠାତ ସୁରଭି କାଯ୍ୟକ୍ରମ କୁ ବନ୍ଦ ରଖାଗଲା।ରାଜନୀତିକ ଚାପି ଯୋଗୁ ସୁରଭି କାଯ୍ୟକ୍ରମ କୁ ବନ୍ଦ ରଖାଗଲା ନାଁ କଣ ପାଇଁ ତାହା ଲୋକ ଲୋଚନ କୁ ଆସିପାରିଲା ନାହିଁ।ସୁରଭି କାଯ୍ୟକ୍ରମ ପାଇଁ ଯେଉଁ ଅର୍ଥ ଖର୍ଚ୍ଚ କରାଯାଇଥିଲା ତାକୁ ଭରଣ କରିବ କିଏ ?ହଟାତ ଗତ କାଲି ଚିଠି କରାଗଲା ଯେ ୨୦ ତାରିଖ ରବିବାର ରେ ମନିଚରଣ ଶାରଳା ଏକାଡେମୀ ରେ ମଣ୍ଡଳ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ସୁରଭି କାର୍ଯ୍ୟକ୍ରମ ରେ ଯେଉଁ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ଗତ ୭ ତାରିଖ ରେ ହେବାକୁ ଥିବା ସୁରଭି କାର୍ଯ୍ୟକ୍ରମ ବନ୍ଦ ହେବା ଯୋଗୁ ଛାତ୍ର ଛାତ୍ରୀ ମାନଙ୍କର ମନୋବଳ ଭାଙ୍ଗିଯିବା ଯୋଗୁ ସେମାନେ ୨୦ ତାରିଖ ରେ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହୋଇ ପାରିନାହାନ୍ତି।ସେମାନଙ୍କ ଅନ୍ତର୍ନିହିତ ଗୁଣ ତାଙ୍କ ଅନ୍ତରରେ ରହିଗଲା ।ଏତିକିରେ ବିବାଦ ଶେଷ ହୋଇ ନାହିଁ । ଆଜିର କାର୍ଯ୍ୟ କ୍ରମ ରେ ଅତିଥି ଭାବେ ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରାଇ ଯୋଗ ଦେଇଥିଲେ ଓ ମଣ୍ଡଳ ଶିକ୍ଷାଅଧିକାରୀ ଅକ୍ଷୟ କୁମାର ବେହେରା ଙ୍କ ସଭାପତିତ୍ୱ ରେ ମଣ୍ଡଳ ସାଧନ କେନ୍ଦ୍ର ସଯୋଜକ ବିଷ୍ଣୁପ୍ରିୟା ଦେବି,ମଣି ଚରଣ ଶାରଳା ଏକାଡେମୀ ର ପ୍ରଧାନ ଶିକ୍ଷୟତ୍ରୀ ଅନୁରାଧା ମହାପାତ୍ର,ତିର୍ତ୍ତୋଲ ସରପଞ୍ଚ ପ୍ରିୟମ୍ବଦା ମହାପାତ୍ର,ବିଜେପି ମହିଳା ମୋର୍ଚ୍ଚା ର କାଯ୍ୟକାରିଣୀ ସଦସ୍ୟ ଝରାଶ୍ରୀ ରାଉତ ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ C.R.C.C ଚିତ୍ତରଂଜନ ଦାସ । ଜନୈତ୍ ପୂର୍ବତନ ସାଧନ କେନ୍ଦ୍ର ସଂଯୋଯାକ ନିମନ୍ତ୍ରଣ କାର୍ଡ ରେ ନାମ ନ ଥାଇ କିଭଳୀ ଅତିଥି ଭାବେ ଯୋଗ ଦେଲେ ତାଙ୍କୁ ଅତିଥି ଭାବେ ଚୟନ କଲା କିଏ ? ମଣ୍ଡଳ ଶିକ୍ଷାଧିକାରୀ ଙ୍କ ଭୂମିକାକୁ ନେଇ ଏଠାରେ ଉଠିଛି ପ୍ରଶ୍ନ ସୁରଭି କାର୍ଯ୍ୟକ୍ରମ ଉଦଘାଟନ ନ ହୋଇ କିଭଳି ଓ କାହିଁକି ଉକ୍ତ ପୂର୍ବତନ ଅଧିକାରୀ ଅତିଥି ପରିଚୟ ପ୍ରଦାନ କଲେ ଓ ଅଧାରୁ ବନ୍ଦ କଲେ ତାହା ବୁଝା ପଡୁନାହିଁ । ଏହା ଯାଚି କଲ୍ୟାଣ ମାଗି ଓଳିଗି ଭଳି ଲାଗିଲା। ମଣ୍ଡଳ ଶିକ୍ଷାଅଧିକାରୀ ଓ ପୂର୍ବତନ C.R.C.C ଙ୍କ ଭିତିରି ସଂପର୍କ କଣ ? ତିର୍ତ୍ତୋଲ ଶିକ୍ଷା ବିଭାଗକୁ ବଦନାମ କରିବା ପାଇଁ ଏହା ଏକ ଚକ୍ରାନ୍ତ ନୁହେଁ କି । ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଙ୍କ ଉପସ୍ଥିତି ରେ ପୁରସ୍କାର ବିତରଣ କରା ଯାଇଥିଲା।
ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ସହିତ ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର……